Advertisment

ସାଂସଦ ମୁନ୍ନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼, ସୁର କହିଲେ଼- ‘ଏହା ଟ୍ରେଲର ଥିଲା, ଆଗକୁ ସବୁ...’

ଦାରୁଠେଙ୍ଗରେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ ଛାତ୍ର କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କରାଯିବା ପ୍ରତିବାଦରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ଅଦ୍ୟତନ ହୋଇଛି
MLA Sura Routray

MLA Sura Routray

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି। ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ ଛାତ୍ର କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି। ମୁନ୍ନା ଖାଁଙ୍କ ସହ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ମଧ୍ୟ ବିରୋଧ କରାଯାଇଛି।

Advertisment

ମୁନ୍ନା ଖାଁ ଓ  ବିଭୂତି ବଳବନ୍ତରାୟ ଉଭୟ BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ ବାଣ୍ଟିବାକୁ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସୁର ରାଉତରାୟ ଓ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକା ଯାଇନଥିବାରୁ କଂଗ୍ରେସ ଅଭିଯୋଗ କରିଛି। 

ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କରାଯିବା ପ୍ରତିବାଦରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ଛାତ୍ର କଂଗ୍ରେସ କର୍ମୀଙ୍କ ସହ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ଏପରିକି କିଛି ବିଜେଡି କର୍ମୀ ଛାତ୍ର କଂଗ୍ରେସ ନେତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  ଏଥିରେ ତାଙ୍କର ମୁଣ୍ଡ ଫାଟି ଯାଇଛି। 

Advertisment

ଘଟଣାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ‘ଯେଉଁମାନେ ଦାରୁଠେଙ୍ଗ ଗାଁକୁ ହେଲ୍‌ଥ୍‌ କାର୍ଡ ବାଣ୍ଟିବାକୁ ଯାଇଥିଲେ ସେମାନଙ୍କୁ ଅଣ୍ଡାରେ ପୋତି ଦେଲେ। ଏହା କେବଳ ଟ୍ରେଲର ଥିଲା। ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ। ସ୍ମାର୍ଟ ହେଲ୍‌ଥ୍‌ କାର୍ଡ କ’ଣ ସେମାନଙ୍କ ପୈତୃକ ସମ୍ପତ୍ତି ? କେବଳ ରାଜନୀତି ପାଇଁ କାର୍ଡ ବଣ୍ଟା ଯାଉଛି। ଆଗକୁ ଅଣ୍ଡମାଡ଼ ସହ ସବୁ ମାଡ଼ ଆରମ୍ଭ ହେବ। ଏହାପରେ ନବୀନ ବାବୁ ଆଉ ସମ୍ଭାଳି ପାରିବେନି।’

Congress Sura Routray Chhatra Congress Workers MP Munna Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ