ଶଙ୍ଖଭବନରେ ଏବେ କାହା ପତିଆରା ? ହରତାଳ ପାଇଁ ଚାଲିଥିଲା ପ୍ରସ୍ତୁତି, ହଠାତ୍ ହେଲା ...

ଶଙ୍ଖଭବନରେ ହଙ୍ଗାମା । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟାଳୟରେ ହରତାଳ ପ୍ରସ୍ତୁତି ବୈଠକ ବେଳେ ହଙ୍ଗାମା । ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଘଟଣାରେ ବିଜେଡି ୨୪ ତାରିଖରେ ହରତାଳ ଡାକରା ଦେଇଛି ।

Sankha Bhavan

ଶଙ୍ଖଭବନରେ ହଙ୍ଗାମା । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟାଳୟରେ ହରତାଳ ପ୍ରସ୍ତୁତି ବୈଠକ ବେଳେ ହଙ୍ଗାମା । ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଘଟଣାରେ ବିଜେଡି ୨୪ ତାରିଖରେ ହରତାଳ ଡାକରା ଦେଇଛି । ତେବେ ଏହାର ପ୍ରସ୍ତୁତି ବୈଠକ ବେଳେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କୁ ବିରୋଧ ।

ଦଳ ବିରୋଧରେ କାମ କରୁଥିବା ଅଭିଯୋଗରେ ଏହି ଦୁଇ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ । ବେଶ୍ କିଛି ସମୟ ପାଇଁ ଶଙ୍ଖ ଭବନରେ ହୋହାଲ୍ଲା ହୋଇଥିବା ସୂଚନା ମିଳିଛି । ପରେ ବୈଠକ ବର୍ଜନ କରିଥିବା କର୍ପୋରେଟରଙ୍କୁ ଦେବୀ ମିଶ୍ର ଓ ଅରୁଣ ସାହୁ ବୁଝାସୁଝା କରିବା ପରେ ବୈଠକରେ ପୁଣି ଯୋଗ ଦେଇଥିଲେ ସେମାନେ ।

ତେବେ ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାଯୋଗ୍ୟ ଭରତପୁର ଥାନା ନିର୍ଯାତନା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ।

ସକାଳ ୬ଟାରୁ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି । ଦଳ ଅଭିଯୋଗ କରିଛି, ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିଲା । ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଜବାବରେ ବିଜେପି କହିଛି, ବିଗତ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି କଣ ଥିଲା ଲୋକ ଜାଣନ୍ତି । କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ । ଏବେ ତିଳକୁ ତାଳ କରୁଛି ବିଜେଡି । ଏପଟେ ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବାନ୍ଧବୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବା ବେଳେ ପୀଡ଼ିତାଙ୍କ ଲାଏ ଡିଟେକ୍ସନ ପାଇଁ କୋର୍ଟରୁ ଅନୁମତି ଲୋଡିବ କ୍ରାଇମବ୍ରାଞ୍ଚ । ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଜାତୀୟ ମହିଳା କମିଶନଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରିସାରିଛି ।