Advertisment

ପିସିସି ପରିବର୍ତ୍ତନ ସୁନିଶ୍ଚିତ: ତାରା ବାହିନୀପତି

ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ।

ଅଦ୍ୟତନ ହୋଇଛି
undefined

Congress MLA Tara Bahinipati

Advertisment

ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନ ଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ ବୋଲି ତାରା କହିଛନ୍ତି।

Advertisment

ତାରା ବାହିନୀପତି କହିଛନ୍ତି, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ। ଦଳ ଦମ୍‌ ଦେଖାଇ ପାରିବ। ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ। ବିଧାୟକଙ୍କ ସହ ଆଲୋଚନା କରି କ’ଣ କରାଯିବ ସେ ନିଷ୍ପତ୍ତି ନେବୁ। ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଯେ, ଓଡିଶା, ୟୁପି ଓ ବିହାରରେ କଂଗ୍ରେସ ଏକାକୀ ଲଢୁ। ଏହା ଉଚିତ୍‌ ପରାମର୍ଶ। ଏପରି ହେଲେ କଂଗ୍ରେସ ସଫଳ ହେବ ବୋଲି ତାରା କହିଛନ୍ତି।

ତାରାଙ୍କ ସହ ସ୍ୱର ମିଶାଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ ବୋଲି ଅଧିରାଜ କହିଛନ୍ତି। ଯଦି ବିଧାୟକଙ୍କ ସ୍ଥାନରେ ହାଇକମାଣ୍ଡ ସଭାପତି କରନ୍ତି, ତେବେ ବି ଆମେ ତାଙ୍କୁ ସମର୍ଥନ କରିବୁ ବୋଲି ଅଧିରାଜ କହିଛନ୍ତି।

Advertisment

ଅନ୍ୟପକ୍ଷେ, ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ତାକୁ ଗ୍ରହଣ କରିବୁ। ସେ ଯିଏ ହୁଅନ୍ତୁ ନା କାହିଁକି ପୂର୍ବତନ ସଭାପତି କି ବିଧାୟକ ହୁଅନ୍ତୁ। କେବଳ ପିସିସି ନୁହେଁ। କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି।  

Congress PCC President Congress MLA Tara Bahinipati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ