୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିଥିବା ଅଭିଯୋଗ । କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଡେପୁଟି ଡିରେକ୍ଟର ଓ ଆସିଷ୍ଟାଣ୍ଟ ଡିରେକ୍ଟରଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ଅଭିଯୋଗ ହୋଇଛି ।
ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି । ସେପଟେ ଆହତ ଅବସ୍ଥାରେ ଉଭୟ ଅଧିକାରୀ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ।
Also Read
କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।
ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବାଶିଷ ମହାପାତ୍ର କହିଛନ୍ତି, ମନ୍ତ୍ରୀ ଆମକୁ ପ୍ରୋଟୋକଲ ଜଣାନାହିଁ ବୋଲି କହିଥିଲେ । ଆମେ କହିଥିଲୁ ନିର୍ବାଚନ ସମୟରେ ଫାଇଲ୍ ଧରି ଏଠାକୁ ଆସିବା ବି ଠିକ୍ ନୁହେଁ । ଏତିକିରେ ସେ ରାଗି ଯାଇଥିଲେ । ଜଣଙ୍କୁ ଦଳୀୟ କାର୍ଯ୍ୟାଳୟର ଶଟର ବନ୍ଦ କରିବାକୁ କହିଥିଲେ । ଶଟର ବନ୍ଦ ହେବା ପରେ ସେ ପ୍ରଥମେ ଏକ ଲୁହା ରଡ୍ ଉଠାଇଥିଲେ । ପରେ ଏକ ପ୍ଲାଷ୍ଟିକ୍ ଚୌକିରେ ମୋତେ ପିଟିଥିଲେ । ଡାଇରେକ୍ଟର ସାର୍ ତାଙ୍କୁ ଅଟକାଇବାରୁ ତାଙ୍କୁ ବି ମନ୍ତ୍ରୀ ମାଡ଼ ମାରିଥିଲେ । ଯେଉଁ ଚୌକିରେ ଆମକୁ ପିଟିଥିଲେ, ତାହା ପୂରା ଭାଙ୍ଗି ଯାଇଛି ।
ଅଭିଯୋଗ ଅନୁଯାୟୀ, ସମୀକ୍ଷା କରିବା ପାଇଁ ଏହି ଦୁଇ ଅଧିକାରୀଙ୍କୁ ଗତକାଲି ଠାରୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଯୋଗାଯୋଗ କରାଯାଇଥିଲା । ସେମାନଙ୍କୁ ପ୍ରଥମେ ସର୍କିଟ୍ ହାଉସ୍କୁ ଡକା ଯାଇଥିଲା। ପରେ ଦଳୀୟ କାର୍ଯ୍ୟକୁ ଡକାଯାଇଥିଲା। ତେବେ ଏହି ଦୁଇ ଅଧିକାରୀ ଅଫିସ୍ରେ ସମୀକ୍ଷା କରାଯାଉ ବୋଲି କହିଥିଲେ।