Advertisment

ଅଡୁଆରେ ଟିଏମସି ନେତ୍ରୀ ମହୁଆ ମୈତ୍ର; ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ CBI ରେଡ୍

ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।

Cash-For-Query Case

Cash-For-Query Case

Advertisment

ବଢ଼ିଲା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ଅଡୁଆ। ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଏଣ୍ଟ୍ରି ମାରିଲା ସିବିଆଇ। କୋଲକାତା ସ୍ଥିତ ମହୁଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ସିବିଆଇ ଆଜି ସକାଳୁ ରେଡ୍ କରୁଛି।

Advertisment

ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କ୍ରିଷ୍ଣନଗର ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମହୁଆ ମୈତ୍ର। ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।

ମହୁଆ ନିଜ ସଂସଦ ଆକାଉଣ୍ଟର ଲଗଇନ୍ ଆଇଡି ଓ ପାସୱାର୍ଡ ମଧ୍ୟ ତାଙ୍କୁ ଦେଇଥିଲେ ବୋଲି ନିଜେ ସତ୍ୟପାଠ ଦାଖଲ କରିଥିଲେ ହୀରାନନ୍ଦାନୀ। ସଂସଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ଏହି ମାମଲା ଏଥିକ୍ସ କମିଟି ହାତକୁ ଯାଇଥିଲା ।

Advertisment

ଏହି ମାମଲାରେ ମହୁଆଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ଅଭିଯୋଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ରୋଚକ କଥା ହେଉଛି, ଏକ ପୋଷା କୁକୁର ହେନରିକୁ ନେଇ ଜୟ ଓ ମହୁଆଙ୍କ ମଧ୍ୟରେ ଉପୁଜିଥିବା କଳି, ଉଭୟଙ୍କ ବିବାଦକୁ ଅଧିକ ଖୋରାକ ଯୋଗାଇଥିଲା ବୋଲି କୁହାଯାଉଛି।

TMC CBI Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ