Advertisment

ଶଶିଭୂଷଣଙ୍କ ପରିବାରର ୫ଜଣଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା

ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।

ଅଦ୍ୟତନ ହୋଇଛି
Fir Lodge Against Sashi Bhusan Behera

Fir Lodge Against Sashi Bhusan Behera

Advertisment

ବୋହୂଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ମାମଲାରେ ବଢିଲା ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ଅଡୁଆ । ବୋହୂ ରୋନାଲି ବେହେରାଙ୍କ ଅଭିଯୋଗ ଆଧାରରେ ତାଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରିଛି ବାଙ୍କି ପୋଲିସ । ସେପଟେ ଶଶିଭୂଷଣଙ୍କ ସମୁଦି ଗୋଖା ବେହେରା ଘଟଣାର ମିଳାମିଶା ହେଉ ବୋଲି କହିଛନ୍ତି । ଏନେଇ ସେମାନେ ଆସିବା ଦରକାର । ଏଥିପାଇଁ ସେମାନେ ଆଉ ଝିଅକୁ ନିର୍ଯାତନା ଦେବେନି ବୋଲି ପ୍ରତିଶ୍ରୁତି ଦରକାର ବୋଲି ରୋନାଲିଙ୍କ ବାପା କହିଛନ୍ତି ।

Advertisment

ଅନ୍ୟପକ୍ଷରେ ଶଶିଭୂଷଣ ବେହେରା ଘଟଣାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଅଭିଯୋଗକୁ ନେଇ ସେ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ । '୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ । ବୋହୂ ମୋଟ୍ ୧ ମାସ ୧୧ ଦିନ ଘରେ ରହିଥିଲା । ୨ ବର୍ଷ ପରେ ଏଭଳି ଅଭିଯୋଗ ଆସିବା ଦୁଃଖ ଦେଇଛି । ଆପୋସ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ’ ବୋଲି ଶଶିଭୂଷଣ କହିଛନ୍ତି ।

ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।

Advertisment

ଅନ୍ୟପଟେ ରୋନାଲି ବେହେରାଙ୍କ ଅଭିଯୋଗ ଆଧାରରେ ବାଙ୍କି ପୋଲିସ ଘଟଣାର ତଦନ୍ତ କରୁଛି। ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ଶଶିଙ୍କ ବୋହୂ ରୋନାଲି ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି। ଆଜି ଶଶିଭୂଷଣଙ୍କ ପରିବାର ସଦସ୍ୟ ବାଙ୍କି ଥାନାକୁ ଆସି ରୋନାଲିଙ୍କ ପରିବାର ସହ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି ।

ଶଶିଭୂଷଣଙ୍କ ପରିବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଥିବା ବୋହୂ ରୋନାଲି ଅଭିଯୋଗ କରିଥିଲେ। ସ୍ୱାମୀ ସତ୍ୟପ୍ରକାଶ ବେହେରା ଜଣେ ବିବାହିତ ମହିଳାଙ୍କ ସହିତ ଅନୈତିକ ସଂପର୍କ ରଖି ଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ଶଶିଭୂଷଣ କିନ୍ତୁ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

Advertisment
BJD Sashi Bhusan Behera Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ