Advertisment

ଆଗ୍ରେସିଭ୍ ମୁଡ୍‌ରେ ବିଜେପି, ଫୁଟବଲ ଫଣ୍ଡା ଦେଲେ ଜୟନାରାୟଣ

ବିଜେପି ଓଡ଼ିଶାକୁ ଅଧିକ ଫୋକସ୍ କରୁଛି। ସଙ୍ଗଠନକୁ ମଜଭୁତ କରିବା, ସରକାର ବିରୋଧୀ ହାଓ୍ୱା ବନାଇବା ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ।

BJP Strategy

BJP Strategy

Advertisment

ଜୟନାରାୟଣଙ୍କ ଫୁଟବଲ୍ ଫଣ୍ଡା। ବିରୋଧୀ ଦଳ ନେତା ହେବା ପରେ ଫୁଟବଲ୍ ମ୍ୟାଚ୍‌ର ଉଦାହରଣ ଦେଇ କହିଛନ୍ତି ଗୋଲ୍ ନିଶ୍ଚିତ ମାରିବୁ। ଆହୁରି ମଧ୍ୟ କହିଛନ୍ତି ପୁରା ମ୍ୟାଚ୍ ଆକ୍ରମଣାତ୍ମକ ଢଙ୍ଗରେ ଖେଳାଯାଏନି। ଏବେ ସୁଯୋଗ ଆସିଛି, ନିଶ୍ଚିତ ଗୋଲ୍ ସ୍କୋର କରିବୁ। ସୁନୀଲ ବଂଶଲ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ହେବାର  ଦିନକ ପରେ ଏଭଳି ଢଙ୍ଗରେ ୨୪ ନିର୍ବାଚନ କଥା ଇଶାରା ଇଶାରାରେ କହିଛନ୍ତି ଜୟନାରାୟଣ। ମାନେ ନୂଆ କୋଚ୍ ଆସୁ ଆସୁ ଆକ୍ରମଣାତ୍ମକ ଢଙ୍ଗରେ ପ୍ଳେୟାର ଗଲା ୩ ବର୍ଷ ଧରି ବିଜେପି-ବିଜେଡି ମଧ୍ୟରେ ଥିବା ସଂପର୍କରେ ପରିବର୍ତ୍ତନ ଆଣି ନୂଆ ସମୀକରଣ ମୁହାଁ ହେଉଛି ବିଜେପି।

Advertisment

ଏବେ ଆଗ୍ରେସିଭ୍ ମୁଡ୍‌ରେ ଦଳ। ପ୍ରଥମେ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା କରାଯିବା, ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ୨୪ ରୋଡ୍‌ମ୍ୟାପ୍  ପ୍ରସ୍ତୁତ  କରିବା, ଆଉ ତା ପରେ ନୂଆ ପ୍ରଭାରୀ ଭାବେ ଷ୍ଟ୍ରାଟେଜି ମେକର ସୁନୀଲ ବଂଶଲଙ୍କୁ ନିଯୁକ୍ତି। ରାଜସ୍ଥାନର ମୂଳ ନିବାସୀ ବଂଶଲ, ଅମିତ ଶାହଙ୍କ ଅତ୍ୟନ୍ତ ଘନିଷ୍ଠ। ଉତ୍ତର ପ୍ରଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ସେ ଦଳର ସଂଗଠନ ମହାମନ୍ତ୍ରୀ ଦାୟିତ୍ୱ ବେଶ୍ ସଫଳତାର ସହ ତୁଲାଇଛନ୍ତି। ଏବିଭିପି ଓ ଆରଏସଏସରୁ ଆସିଥିବା ବଂଶଲ ନା କେବଳ ଜଣେ ସଫଳ ସଂଗଠକ, ଇଲେକସନ୍ ମ୍ୟାନେଜେଣ୍ଟରେ ବି ସେ ମାହିର୍ ବୋଲି କୁହାଯାଏ। ତେଣୁ ବିଜେପି ଫୋକସରେ ଥିବା ତେଲେଙ୍ଗାନା, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ତାଙ୍କୁ ପ୍ରଭାରୀ ଦାଯିତ୍ୱ ଦିଆଯାଇଛି। ତେବେ ବିଜେପିର ପରିବର୍ତ୍ତିତ ରଣନୀତିକୁ ନେଇ ବିଜେଡି ଓ କଂଗ୍ରେସ କହିଛନ୍ତି, ଏହାର କିଛି ଫରକ୍ ପଡିବନି। 

ସେପଟେ ବିଜେପି ଓଡ଼ିଶାକୁ ଅଧିକ ଫୋକସ୍ କରୁଛି। ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା, ଓଡ଼ିଆ ଲୋକେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ଏହାବାଦ୍ ସଙ୍ଗଠନକୁ ମଜଭୁତ କରିବା, ସରକାର ବିରୋଧୀ ହାଓ୍ୱା ବନାଇବା ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ତେବେ ରାଜନୈତିକ ସମୀକ୍ଷକ କହିଛନ୍ତି ନୀତୀଶ କୁମାର ଏନଡିଏ କ୍ୟାମ୍ପରୁ ବାହାରି ଯାଇଥିବାରୁ ବିଜେପି ନବୀନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବ ନାହିଁ। ତେବେ ନିଜ ସଙ୍ଗଠନ ମଜଭୁତ୍ ପାଇଁ ସାମାନ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇପାରେ। 

Advertisment

ସେପଟେ ସୁନୀଲ୍ ବଂଶଲ ରାଜ୍ୟ ବିଜେପି ପ୍ରଭାରୀ ହେବା ପରେ ଆଜି ନୂଆଦିଲ୍ଲୀରେ ତାଙ୍କୁ ଭେଟି ସ୍ବାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡା। ଅନ୍ୟମାନେ ମଧ୍ୟ ତାଙ୍କୁ ଟୁଇଟ୍ ଜରିଆରେ ସ୍ବାଗତ କରିଛନ୍ତି।

ରିପୋର୍ଟ: ହରିହର ଚାନ୍ଦ

BJP Bansal Impact
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ