Advertisment

ପ୍ରଚାର ବେଳେ ‘ଜୟ ଶ୍ରୀରାମ’ କହି ଚିଲାଉଥିଲେ, ପକେଟରୁ ଗୋଲ୍ ହୋଇଗଲା ୩୬ ହଜାର

ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା ।

ଅଦ୍ୟତନ ହୋଇଛି
Businessman Loses Rs 36,000 after Shri Ram Chant

Politics

Advertisment

ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା । ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ ।

Advertisment

ମିରଟରେ ଚାଲିଥିଲା ପ୍ରଚାର, ଆଉ ଚୋରି ହୋଇଗଲା ୩୬ ହଜାର ଟଙ୍କା । ଜୟ ଶ୍ରୀରାମ ନାରା ଦେଉ ଦେଉ ପକେଟମାର୍ । ରୋଡ୍ ସୋରେ ପ୍ରାୟ ଡଜନେ ଲୋକଙ୍କର ଚୋରି ହୋଇଥିବା ଜାଣିବାକୁ ମିଳିଛି । ଏହା ମଧ୍ୟରେ ବ୍ୟବସାୟୀ କୁଳଭୂଷଣ ରହିଥିଲେ । ତାଙ୍କ ପକେଟରୁ ପ୍ରାୟ ୩୬ ହଜାର ଟଙ୍କା ଚୋରି ହୋଇଯାଇଥିବା ଜାଣିବାକୁ ମିଳିଛି ।

ଗତକାଲି ପ୍ରସିଦ୍ଧ ଟିଭି ସିରିଏଲ 'ରାମାୟଣ'ରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ବିଜେପିର ମିରଟ ପ୍ରାର୍ଥୀ ଅରୁଣ ଗୋଭିଲ୍, ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆଙ୍କ ସହ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ସହରରେ ରୋଡ୍ ସୋ କରୁଥିଲେ ।

Advertisment

ଅଧିକ ପଢ଼ନ୍ତୁ: ବିଜେପୁରରେ ରୀତାଙ୍କୁ ଜୋରଦାର ବିରୋଧ, ଦେବଗଡ଼ରେ ଅରୁନ୍ଧତୀଙ୍କୁ ହିସାବ ମାଗିଲେ ଲୋକେ

ତେବେ ରୋଡ ସୋ ପରେ ପୋଲିସ ନିକଟକୁ ପକେଟମାର୍ ନେଇ ଅନେକ ଅଭିଯୋଗ ଆସିଥିଲା । ପରେ ଜଣା ପଡ଼ିଥିଲା ବ୍ୟବସାୟୀ କୁଳଭୂଷଣଙ୍କର ୩୬ ହଜାର ଟଙ୍କା ପକେଟରୁ ଚୋରି ହୋଇଯାଇଛି । ବ୍ୟବସାୟୀଙ୍କ କହିବା ମୁତାବକ ସେ ଦୋକାନରେ ବସିଥିଲେ । ରୋଡ ସୋ ଦେଖିବାକୁ ଗହଳିକୁ ଯାଇଥିଲେ । ହାତ ଉଠାଇ ଜୟ ଶ୍ରୀରାମ ନାରା ଦେଇଥିଲେ । ସେଠାରେ ବହୁତ ଲୋକ ଥିଲେ । ଫେରିବା ପରେ ତାଙ୍କର ପକେଟରୁ ୩୬,୦୦୦ ଟଙ୍କା ଗାୟବ ଥିଲା ।

Advertisment

ଅନ୍ୟପଟେ ବିଜେପିର ପଶ୍ଚିମ ଅଞ୍ଚଳର ସଂଯୋଜକ ଆଲୋକ ସିସୋଦିଆ ମଧ୍ୟ ନିଜ ମୋବାଇଲ୍ ଫୋନ୍ ଚୋରି ନେଇ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଚୋରି ନେଇ ପୋଲିସ ତିନି ଜଣ ଦିଲ୍ଲୀ ବାସିନ୍ଦାଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ନିକଟରୁ ଚୋରି ହୋଇଥିବା ମୋବାଇଲକୁ ମଧ୍ୟ ଉଦ୍ଧାର କରିଛି । ଏହା ସହ ଦିଲ୍ଲୀ ନମ୍ବର ଥିବା ଏକ କାର ମଧ୍ୟ ଜବତ କରାଯାଇଛି ।

BJP Politics Businessman General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ