• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେତେବେଳେ ବ୍ରେକଅପ୍, କେତେବେଳେ ପ୍ୟାଚଅପ୍, ଆଉ କେତେବେଳେ ପୁଣିଥରେ ବ୍ରେକ୍-ଅପ୍ । ଜମା ବି ସଳଖ ନୁହେଁ ନୀତିଶଙ୍କ ରାଜନୈତିକ ଗଣିତ । ଭଙ୍ଗାଗଢ଼ାର ସଂପର୍କ ହିଁ ନୀତୀଶଙ୍କ ରାଜନୈତିକ ଗଣିତର ମୁଖ୍ୟ ସୂତ୍ର ତଥା କ୍ଷମତାରେ ରହିବାର ଏକମାତ୍ର ଫର୍ମୁଲା । କ୍ଷମତା ବଜାୟ ରଖିବା ପାଇଁ କେତେବେଳେ କାହା ସହ ସଂପର୍କ ଯୋଡ଼ିଛନ୍ତି, କାହା ସହ ଭାଙ୍ଗିଛନ୍ତି, ଆଉ କେତେବେଳେ ପୂର୍ବରୁ ହାତ ଛାଡ଼ିସାରିଥିବା ସାଥିକୁ ପୁଣି ହାତ ଠାରି ଡାକିଛନ୍ତି , କେବଳ ଆଉ ଥରେ ସଂପର୍କ ଭାଙ୍ଗିବା ପାଇଁ । ସେଥିପାଇଁ ତାଙ୍କୁ କିଏ ସ୍ୱାର୍ଥପର କୁହେ ତ ଆଉ କିଏ ସୁବିଧାବାଦୀ ।

ନୀତୀଶଙ୍କ କ୍ଷଣଭଙ୍ଗୁର ସଂପର୍କର ଇତିହାସ ଉପରେ ...

- ୧୯୮୯ରେ ଜନତା ଦଳରେ ଥିବା ବେଳେ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ପଦ ଲାଗି ଲାଲୁ ପ୍ରସାଦ ଯାଦବଙ୍କୁ ସମର୍ଥନ କରିଥିଲେ ନୀତୀଶ

- ୧୯୯୪ରେ ଲାଲୁଙ୍କ ଠାରୁ ପୃଥକ ହେବା ସହ ଜର୍ଜ ଫର୍ଣ୍ଣାଣ୍ଡେଜ୍ ସହ ମିଶି ଗଢିଥିଲେ ସମତା ପାର୍ଟି

- ୧୯୯୬ ମସିହାରେ ପ୍ରଥମ ଥର ଲାଗି ବିଜେପି ସହ ହାତ ମିଳାଇବା ସହ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ହୋଇଥିଲେ ନୀତୀଶ

- ୨୦୦୦ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ । ତେବେ ଶପଥ ନେବା ପରଦିନ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ହୋଇଥିଲେ ରାବଡ଼ି ।

- ୨୦୦୩ରେ ସମତା ପାର୍ଟି ଶରଦ ଯାଦବଙ୍କ ଜନତା ଦଳରେ ମିଶିଯାଇଥିଲା ଏବଂ ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ ତିଆରି ହୋଇଥିଲା

- ୨୦୦୫ରେ ଜେଡିୟୁ ଓ ବିଜେପି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା ଏବଂ ଲାଲୁ ଯୁଗର ପତନ ଘଟିଥିଲା

- ୨୦୧୦ରେ ପୁଣି ଜେଡିୟୁ ଓ ବିଜେପି କ୍ଷମତାକୁ ଆସିଥିଲେ । ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

- ୨୦୧୩ରେ ବିଜେପି ସହ ୧୭ ବର୍ଷର ସଂପର୍କ ଛିନ୍ନ କରିଥିଲେ ନୀତୀଶ । ୨୦୧୪ ସାଧାରଣ ନିର୍ବାଚନ ପାଇଁ ନରେନ୍ଦ୍ର ମୋଦିଙ୍କୁ ବିଜେପି କ୍ୟାମ୍ପେନ୍ କମିଟି ମୁଖ୍ୟ କରାଯିବାକୁ ନୀତୀଶ ବିରୋଧ କରିଥିଲେ ।

- ୨୦୧୭ରେ ଜେଡିୟୁ, ଆରଜେଡି ଓ କଂଗ୍ରେସ ମହାମେଣ୍ଟ କରି କ୍ଷମତାକୁ ଆସିଥିଲେ । ତେବେ ତାହା ବେଶି ଦିନ ତିଷ୍ଠିନଥିଲା । ମାତ୍ର ୨ ବର୍ଷ ଭିତରେ ଏହା ଭାଙ୍ଗିଯାଇଥିଲା ।

- ୨୦୧୯ରେ ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିଲେ । ନୀତୀଶ ଓ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ଏହି ସଂପର୍କର ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ସେପଟେ ବିହାରରେ ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ବିହାରରେ ମହାମେଣ୍ଟ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ । ତେବେ ଏଥିରେ କାହାକୁ ମିଳିବ କେଉଁ ମନ୍ତ୍ରୀପଦ? ପୋର୍ଟଫୋଲିଓ ଭାଗବଣ୍ଟାକୁ ନେଇ ରହିବ ତ ସହମତି? ଚର୍ଚ୍ଚା ହେଉଛି, ନୂଆ ସରକାରରେ ନୀତୀଶ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ହେବେ । ତେଜସ୍ୱୀ ଗୃହମନ୍ତ୍ରୀ ମଧ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି । ବାଚସ୍ପତି ଆରଜେଡିରୁ ରହିବେ । ତେବେ କାହାକୁ କେଉଁ ମନ୍ତ୍ରୀପଦ ମିଳିବ ତାହା ନୀତୀଶ ନିଷ୍ପତ୍ତି ନେବେ ଏବଂ ଏଥିରେ କୌଣସି ମତାନ୍ତର ନାହିଁ ବୋଲି ଆରଜେଡି କହିଥିବା ଚର୍ଚ୍ଚା ହେଉଛି ।