Advertisment

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ବିଜେପି ତାଙ୍କ ନାଁ ଘୋଷଣା କରିଛି।

ଅଦ୍ୟତନ ହୋଇଛି
Brajrajnagar Bypoll: BJP names Radharani Panda as party's candidate

Brajrajnagar Bypoll: BJP names Radharani Panda as party's candidate

Advertisment

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ବିଜେପି ତାଙ୍କ ନାଁ ଘୋଷଣା କରିଛି। ବ୍ରଜରାଜନଗରର ପୂର୍ବତନ ବିଧାୟିକା ହେଉଛନ୍ତି ରାଧାରାଣୀ ପଣ୍ଡା।

Advertisment

ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ମେ’ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇପାରିବ। ମେ’ ୧୨ରେ ନାମାଙ୍କନ ଯାଞ୍ଚ, ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର ପାଇଁ ସମୟ ରହିବ। ମେ’ ୩୧ରେ ଭୋଟ୍ ଗ୍ରହଣ, ଜୁନ୍ ୩ ତାରିଖରେ ଗଣତି ହେବ। କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ବ୍ରଜରାଜନଗର ଆସନ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଏକ ଶୋକ ସଭାରେ ଯୋଗ ଦେବା ପାଇଁ ସେ ଯାଇଥିଲେ। ସେଠାରୁ ଆସିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ସ୍ୱର୍ଗତ କିଶୋର ମହାନ୍ତି ଝାରସୁଗୁଡ଼ାରୁ ୩ ଥର ବିଧାୟକ ଥିଲେ । ଚଳିତ ଥର ସେ ବ୍ରଜରାଜନଗରରୁ ବିଧାୟକ ଥିଲେ । ସେ ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ। 

Advertisment
BJP Radharani Panda Brajrajnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ