ଶାହରୁଖଙ୍କଠାରୁ ଆମୀର, ହ୍ରିତିକଙ୍କଠାରୁ ସଚିନ; ମାୟାନଗରୀ ଦେଲା ଭୋଟ୍

ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ ।

Celebrity Vote

ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ । ଆଉ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଆଗେଇ ଆସିଛି ପୁରା ବଲିଉଡ୍ । ଅପରାହ୍ଣରେ ମୁମ୍ବାଇର ଏକ ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ପୁରା ବଚ୍ଚନ ଫ୍ୟାମିଲିକୁ ।

ପତ୍ନୀ ଜୟାଙ୍କ ସହ ଆସିଥିଲେ ବିଗ୍ ବି ଅମିତାଭ । ପରେ ବୋହୁ ଐଶ୍ୱର୍ଯ୍ୟା ବି ଭୋଟ୍ ଦେଇଥିଲେ । ଭିଡ ଭିତରେ ଭୋଟ୍ ଦେଇଥିଲେ ବଲିଉଡର ତିନି ଖାନ୍ । ନିଜ ନିଜ ଫ୍ୟାମିଲି ସହ ଆସି ମତଦାନ କରିଛନ୍ତି ଶାହରୁଖ, ସଲମାନ୍ ଏବଂ ଆମିର । ବଲିଉଡ୍ ଭେଟେରାନ ଧର୍ମେନ୍ଦ୍ର, ପରେଶ ରାୱଲ, ଅନୀଲ କପୁର, ଅନୁପମ ଖେର, ଗୋବିନ୍ଦା ଏବଂ ସଞ୍ଜୟ ଦତ୍ତ ଭୋଟ୍ ଦେବାକୁ ସକାଳୁ ସକାଳୁ ହିଁ ପହଁଚି ଯାଇଥିଲେ ମୁମ୍ବାଇର ବିଭିନ୍ନ ମତଦାନ କେନ୍ଦ୍ରରେ ।

ଅଧିକ ପଢ଼ନ୍ତୁ: ପ୍ରତିଟି ଭୋଟ ମୂଲ୍ୟବାନ; ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ

ବାପା ରାକେଶ ରୋଶନ ଓ ଭଉଣୀଙ୍କ ସହ ଆସି ଭୋଟ୍ ଦେଇଥିଲେ ହ୍ରିତିକ ରୋଶନ । ସେହିପରି ଖିଲାଡି ଷ୍ଟାର ଅକ୍ଷୟ କୁମାର, ମନୋଜ ବାଜପେୟୀ, ରଣବୀର କପୁର, ବରୁଣ ଧୱନ, ରାଜକୁମାର ରାଓ ଓ ଫରହାନ ଅଖତାରଙ୍କ ଭଳି ସେଲିବ୍ରିଟିଙ୍କୁ ବି ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ।

ମତଦାନ କେନ୍ଦ୍ରରେ ପ୍ରେଗନାଣ୍ଟ ପତ୍ନୀ ଦୀପିକାଙ୍କ ସହ ପହଁଚିଥିଲେ ଅଭିନେତା ରଣବୀର ସିଂ । ସେହିପରି ଝିଅ ଇଶା ଦେଓଲଙ୍କ ସହ ସାଂସଦ ହେମାମାଳିନୀ, ପତ୍ନୀ ସବାନା ଆଜମୀଙ୍କ ସହ ଗୀତିକାର ଜାଭେଦ ଅଖତାର ଆସିଥିଲେ ଭୋଟ ଦେବାକୁ । ନବ ବିବାହିତା ରକୁଲ ପ୍ରୀତ୍ ଓ ଜ୍ୟାକି ଭଗନାନୀ, କିଆରା ଆଡଭାନୀ, ସୋନାକ୍ଷୀ ସିହ୍ନା, ସାରା ଅଲ୍ଲୀ ଖାନ, ଜାହ୍ନବୀ କପୁର, ଶିଳ୍ପା ସେଟ୍ଟୀ, ଅନନ୍ୟା ପାଣ୍ଡେ, ଭୂମି ପେଦନେକର ବି ମତଦାନ କରିବା ସହ କାଳି ଲଗା ଆଙ୍ଗୁଠି ଦେଖାଇ ଫଟୋ ପୋଜ୍ ଦେଇଥିଲେ ।

ପଂଚମ ପର୍ଯ୍ୟାୟରେ ବାଜିରେ ଲାଗିଛି ଅନେକ ହେଭିୱେଟଙ୍କ ଭାଗ୍ୟ । ସେମାନେ ଆଜି ନିଜ ନିଜ ବୁଥକୁ ଆସି ଦେଇଛନ୍ତି ଭୋଟ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌରେ ଭୋଟ୍ ଦେଇଥିବା ବେଳେ ସହ ସମସ୍ତଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ନିବେଦନ କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥିରେ ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ମୁମ୍ବାଇରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭୋଟରଙ୍କ ପାଇଁ ପ୍ରେରଣା, ଦୁଇ ହାତ ନାହିଁ ତଥାପି ଦେଲେ ଭୋଟ ! ଦେଖନ୍ତୁ ଭିଡିଓ...

ଉତ୍ତର ପ୍ରଦେଶର ରାଏବରେଲି ସ୍ଥିତ ନିଜର ପୋଲିଂ ବୁଥକୁ ଆସି ମତଦାନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୁମ୍ବାଇସ୍ଥିତ ନିଜ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବିଏସପି ସୁପ୍ରିମୋ ମାୟାବତୀ, ଏଲଜେପି ମୁଖ୍ୟ ଚିରାଗ ପାଶ୍ବାନ ପ୍ରମୁଖ ଭୋଟ୍ ଦେଇଛନ୍ତି ।

ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ, ଅନୀଲ ଅମ୍ବାନୀ, ରତନ ଟାଟା ଏବଂ କେ.ଏମ୍ ବିର୍ଲା । କ୍ରିକେଟର ସଚିନ ତେନ୍ଦୁଲକର ଓ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ହନୁମାନଗଡ଼ି ମୁଖ୍ୟ ପୂଜକ ମହନ୍ତ ରାଜୁ ଦାସ ମଧ୍ୟ ଦେଇଛନ୍ତି ଭୋଟ୍ ।