Advertisment

ମମତାଙ୍କ ବିରୋଧରେ ଛିଡ଼ାହେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା: ଭବାନୀପୁରରେ ଜୋରଦାର ହେବ ଲଢେଇ

ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।

ଅଦ୍ୟତନ ହୋଇଛି
priyanka-tibriwal

priyanka-tibriwal

Advertisment

କୋଲକାତା: ଉପନିର୍ବାଚନକୁ ନେଇ ଉଠୁଛି ପଡ଼ୁଛି ପଶ୍ଚିମବଙ୍ଗ। ବିଶେଷ କରି ଭବାନୀପୁର ଆସନକୁ ନେଇ ଏବେ ସମସ୍ତଙ୍କର ରହିଛି ନଜର। କାରଣ ପୁଣି ଥରେ ନିଜ ପୁରୁଣା ଆସନକୁ ଫେରିଛନ୍ତି ମମତା। ନାମାଙ୍କନ ଦାଖଲ କରିନାହାନ୍ତି କିନ୍ତୁ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲେଣି ମମତା। ଆଉ ଏହାରି ମଧ୍ୟରେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ। ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।

Advertisment

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ତଥା ସାଂସଦ ଅର୍ଜୁନ ସିଂଙ୍କୁ ଭବାନୀପୁର ବିଧାନସଭା ନିର୍ବାଚନରେ ​​ଦାୟିତ୍ୱରେ ରଖାଯାଇଛି। ସାଂସଦ ସୁମିତ୍ରା ଖାନ ଏବଂ ଜ୍ୟୋତିର୍ମୋ ସିଂ ମହୋତୋ ତାଙ୍କ ସହ ନିର୍ବାଚନ ପରିଚାଳନା କରିବେ ବୋଲି କୁହାଯାଇଛି। । ଭବାନୀପୁର ଉପନିର୍ବାଚନ ପାଇଁ ୮ ଜଣ ବିଧାୟକଙ୍କୁ ବିଜେପି ଦାୟିତ୍ୱ ଦେଇଛି।

Advertisment

ଭବାନୀପୁର ଆସନରୁ ମମତା ବାନାର୍ଜୀ ଦୁଇଥର ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ସେ ନିଜର ପାରମ୍ପାରିକ ଆସନ ଛାଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଥିବା ତାଙ୍କ ପୂର୍ବତନ ସହକର୍ମୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଥିଲେ।

ସୂଚନା ଅନୁସାରେ, ଆସନ୍ତା ୩୦ରେ ଉପ ନିର୍ବାଚନ ହେବ ବୋଲି ୪ ସେପ୍ଟେମ୍ବର ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର ସିଟରେ ଉପନିର୍ବାଚନ ହେବ । ଏହାସିଟ୍‌ରେ ସିଟରେ ଗତ ୪ ତାରିଖଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୩୦ ସେପ୍ଟେମ୍ବରରେ ମତଦାନ ହେବାସହ ୩ ଅକ୍ଟୋବରରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ମିଳିଛି। ଏଠାରେ କହିରଖୁଛୁ କି, ମମତା ଭବାନୀପୁର ଆସନରୁ ବିଜୟ ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ଏହି ଆସନରେ ନିର୍ବାଚନ ଜିତିବାକୁ ହିଁ ପଡ଼ିବ।

Advertisment
Mamata Banerjee India BJP TMC Politics Priyanka-tibriwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ