Advertisment

ରାଜରାସ୍ତାରେ ହିନସ୍ତା ହେଲେ ମନ୍ତ୍ରୀ: ପ୍ରଶ୍ନ ହେଲା ଇସ୍ତଫା ଦେବ କି ନାହିଁ? ଘାଇଲା ହୋଇଗଲେ ମନ୍ତ୍ରୀ

ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି

Dibya Shankar Mishra

Dibya Shankar Mishra

Advertisment

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜନୀତି ବି ଥମିବାର ନାଁ ନେଉନି। ଆଜି ସାଂସଦ ଅପରାଜିତା ପୁଣି ମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଦିବ୍ୟଶଙ୍କର ନିଜେ ନିଜକୁ ନୁହେଁ ବରଂ ସିବିଆଇ ତାଙ୍କୁ ସ୍ୱଚ୍ଛ କହିବା ଦରକାର ବୋଲି କହିଛନ୍ତି। ତେଣେ ଆସନ୍ତା ୧୦ ଦିନ ଭିତରେ ମନ୍ତ୍ରୀ ଇସ୍ତଫା ନଦେଲେ ୧୨ରେ ଓଡ଼ିଶା ବନ୍ଦ ଚେତାବନୀ ଦେଇଛି କଂଗ୍ରେସ। ଜବାବରେ ବିଜେଡି କହିଛି-ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିର ଗୋଟିଏ ଷ୍ଟାଣ୍ଡ । ଆଇନ ତା ବାଟରେ ଯିବ।

Advertisment

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଭବାନୀପାଟଣାରୁ ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଅଭିମୁଖେ ପୋଲିସ ଏସକର୍ଟରେ ଯାଉଥିଲେ । ଭବାନୀପାଟଣା ଏମଏସଏ ଛକରେ ହଠାତ୍ ତାଙ୍କ ପାଖରେ ପହଞ୍ଚିଥିଲେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ। ଦୀପଜ୍ୟୋତି ସିଧା ସିଧା ମନ୍ତ୍ରୀଙ୍କୁ କହିଥିଲେ, ମମିତା ହତ୍ୟାକାଣ୍ଡ ମାମଲାରେ ଆପଣଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଏମିତିକି ଇସ୍ତଫା ଦେବ କି ନାହିଁ ତାହା ବି ସ୍ପଷ୍ଟ ଭାବେ ଜଣାଇବାକୁ ଦାବି କରିଥିଲେ ଦୀପଜ୍ୟୋତି। ଦୋଷୀକୁ ଫାଶି ହେବ ବୋଲି ମନ୍ତ୍ରୀ କହିଥିଲେ ବି ଫାଶି ନୁହେଁ ବରଂ ଘଟଣାର ସଠିକ୍ ତଦନ୍ତ କର ବୋଲି ବିଚ୍ ରାସ୍ତାରେ ଦାବି କରିଥିଲେ। ଖାଲି ସେତିକି ନୁହେଁ କେବେ ନ୍ୟାୟ ଦେବ ବୋଲି ଦୀପଜ୍ୟୋତି ବଡ଼ ପାଟିରେ ପଚାରିଥିଲେ ବି ପ୍ରଶ୍ନବାଣରେ ଘାଇଲା ମନ୍ତ୍ରୀ ଅଧିକ କିଛି ନକହି ଗାଡ଼ିରେ ବସି ପଳାଇଥିଲେ। ତେବେ ଘଟଣା ସଂପର୍କରେ ମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Advertisment

ସେପଟେ ସେପ୍ଟେମ୍ବର ୨୦ରୁ ୨୩ ତାରିଖ ଭିତରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତିରେ ମମିତା ମେହେର ଓ ଗୋବିନ୍ଦ ସାହୁ ମଧ୍ୟରେ ରାୟପୁର ଘରେ ବୁଝାମଣା ହୋଇଥିବା ନେଇ କଣ୍ଟାବାଂଝୀ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗକୁ ଦିବ୍ୟଶଙ୍କର ଖଣ୍ଡନ କରିବା ପରେ, ଆଜି ପୁଣି ଟାର୍ଗେଟ୍ କରିଛନ୍ତି ସାଲୁଜା। କହିଛନ୍ତି କଣ୍ଟାବାଞ୍ଝିରୁ ରାୟପୁର ମାତ୍ର ୩ ଘଣ୍ଟାର ରାସ୍ତା। ଗୋଟିଏ ଦିନରେ ସେଠାକୁ ଯାଇ ରହି କି ଆସି ହେବ ଯଦି ମନ୍ତ୍ରୀ ନିଜକୁ ସ୍ୱଚ୍ଛ ବୋଲି କହୁଛନ୍ତି ତେବେ ନିଜ ମୋବାଇଲ ଫୋନ୍ ପୋଲିସ ପାଖେ ସରେଣ୍ଡର କରାନ୍ତୁ।

ଏପଟେ ଆଜି ପୁଣି ଦିବ୍ୟଶଙ୍କରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି, ମନ୍ତ୍ରୀ ନିଜକୁ ସ୍ୱଚ୍ଛ ବୋଲି କହିଦେଲେ ହେବନି, ସିବିଆଇ ସ୍ୱଚ୍ଛ ବୋଲି କହିବା ଦରକାର। ମୁଖ୍ୟମନ୍ତ୍ରୀ CBI ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ, ଏହାପରେ ଯାଇ ଓଡ଼ିଶା ଶାନ୍ତ ପଡ଼ିବ । କଂଗ୍ରେସ୍ ମିଡିଆ ସେଲ୍ ଆବାହକ ସତ୍ୟ ପ୍ରକାଶ ନାୟକ ବି ଦିବ୍ୟଶଙ୍କରଙ୍କୁ ଟାର୍ଗେଟ୍ କରି ଖାଲି ଗଣମାଧ୍ୟମରେ ହାଲକା ବିବୃତି ଦେଇ ମନ୍ତ୍ରୀ ଖସିପାରିବେ ନାହିଁ ବୋଲି କହିଛନ୍ତି। ମାମଲାରେ ତାଙ୍କର ସଂପୃକ୍ତି ଅଛି କି ନାହିଁ ମନ୍ତ୍ରୀ ହଁ କିମ୍ବା ନାରେ ଉତ୍ତର ଦିଅନ୍ତୁ । ସେହିପରି ରାୟପୁର ବୈଠକ ସମ୍ବନ୍ଧରେ ସିଡିଆର୍ ଯାଞ୍ଚ ହେଉଛି କି ନାହିଁ ପୋଲିସ ତାହା କାହିଁକି ସ୍ପଷ୍ଟ କରୁନି ବୋଲି ପ୍ରଶ୍ନ କରିବା ସହ ଦିବ୍ୟଶଙ୍କର ସତରେ ଯଦି ଫୌଜି, ତାହେଲେ ସେ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। ତାନହେଲେ ଆସନ୍ତା ୧୨ରେ କଂଗ୍ରେସ ଓଡ଼ିଶା ବନ୍ଦ କରିବ ବୋଲି ଚେତାବନୀ ଦିଆଯାଇଛି। ତେଣେ ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ବିଜେଡ଼ିର ଗୋଟିଏ ଷ୍ଟାଣ୍ଡ । ଆଇନ ତା ବାଟରେ ଯିବ।

Advertisment

ଏଣେ ମମିତା ମେହେର ଏବଂ ତାଙ୍କ ପରିବାରକୁ ନ୍ୟାୟ ଉଦ୍ଦେଶ୍ୟରେ ଦୀପାବଳିରେ ଦୀପ ଜାଳିବ ବିଜେପି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆହ୍ୱାନରେ ଦଳୀୟ କର୍ମୀ ଓ ନେତାମାନେ ସେହି ଦନ ଦୀପ ଜାଳିବାକୁ ନିଷ୍ପତ୍ତି ହୋଇଛି।

Odisha Police Accused Gobinda Sahu Mamita Murder Case Dibya Shankar Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ