Advertisment

ବିଜେପି ବରକୁ ବିଜେଡି କନିଆ ! କଂଗ୍ରେସ କଲା ପଲିଟିକାଲ୍ ବାହାଘର

ଶଙ୍ଖ-ପଦ୍ମ ନିବିଡ଼ ସଂପର୍କ ଅଭିଯୋଗ । ଓଡ଼ିଶାରେ ତେଲେଙ୍ଗାନା ଥିଓରୀ ।

undefined

BJD-BJP Marriage

Advertisment

ବାଜା ବାଜିଲା, ବାଣ ଫୁଟିଲା । ଡିଜେ ତାଳରେ ନାଚିଲେ ବରଯାତ୍ରୀ। ବାହାଘର ବିଜେଡି ଓ ବିଜେପି ଭିତରେ ଥିଲା । ନିମନ୍ତ୍ରଣ କାର୍ଡ ବି ଛପା ଯାଇଛି। ବିଜେପି ବର ସାଜିଥିବା ବେଳେ କନିଆଁ ସାଜିଥିଲା ବିଜେଡି। ହାତଗଣ୍ଠି ପଡିବା ସହ ସାତ ଫେରା ବି ନେଇଛନ୍ତି ।

Advertisment

ହଁ ଆଜ୍ଞା, ଏଭଳି ନିଆରା ବାହାଘରର ଆୟୋଜନ କରିଥିଲା ରାଜ୍ୟ କଂଗ୍ରେସ। ସ୍ଥାନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକ। କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ବାହାଘରରେ ଯୋଗ ଦେଇଥିଲେ।

ତେବେ କଂଗ୍ରେସ କାହିଁକି ବିଜେପି ଓ ବିଜେଡି ମଧ୍ୟରେ ଏଭଳି ଏକ ପ୍ରତୀକାତ୍ମକ ବାହାଘର କଲା ? କଂଗ୍ରେସର ଉତ୍ତର ହେଲା ବିଜେପି ଓ ବିଜେଡି ୨୩ ବର୍ଷ ହେବ ଲିଭ୍ ଇନ୍ ରେ ରହିଲେ। ଏତେ ଦିନ ଲିଭ୍ ଇନରେ ରହିଥିବାରୁ ସମାଜକୁ ଖରାପ ବାର୍ତ୍ତା ଯାଉଛି। ସେଥିପାଇଁ କଂଗ୍ରେସ ଉଭୟଙ୍କର ବାହାଘର ସମାପନ କରିଛି। ତେବେ ଦଳର ଅସଲ ଉଦ୍ଦେଶ୍ୟ କିନ୍ତୁ ବିଜେଡି ଓ ବିଜେପିର ଭିତିରି ସମ୍ପର୍କକୁ ଲୋକଙ୍କ ପାଖରେ ସରଳ ଭାଷାରେ ପହଞ୍ଚାଇବା।

Advertisment

ବିଜେପି କହିଛି ବିଜେଡିର ଇଙ୍ଗିତରେ ନାଚୁଛି କଂଗ୍ରେସ। ଆଉ ବିଜେଡିର ଜବାବ ହେଲା, ନିର୍ବାଚନ ପାଇଁ ଏହି ଫନ୍ଦି, କିନ୍ତୁ କିଛି ଫରକ ପଡିବନି।

କଂଗ୍ରେସର ଏହି ମ୍ୟାରେଜ ଥିଓରୀ ପ୍ରଥମ ନୁହେଁ। ନିକଟରେ ତେଲେଙ୍ଗାନା ସାଧାରଣ ନିର୍ବାଚନ ପୂର୍ବରୁ କେସିଆରଙ୍କ BRS ଓ BJP ମଧ୍ୟରେ ବିବାହ ଉତ୍ସବ ପ୍ରତି ନିର୍ବାଚନ ମଣ୍ଡଳୀରେ କରିଥିଲା। ନିଜକୁ ବିକଳ୍ପ ଦର୍ଶାଇ କଂଗ୍ରେସ ଭୋଟରଙ୍କ ବିଶ୍ୱାସଭାଜନ ହେବା ସହ ସେଠାରେ ସରକାରକୁ ଆସିଛି। ଠିକ୍ ସେହି ଫର୍ମୁଲାକୁ ଓଡିଶାରେ ବି ଲାଗୁ କରିଛନ୍ତି ପ୍ରଭାରୀ ଅଜୟ କୁମାର। ବିଳମ୍ବରେ ହେଲେ ବି ରାଜ୍ୟ କଂଗ୍ରେସ ଶିବିର ସକ୍ରିୟ ହୋଇଛି।

Advertisment

ନିର୍ବାଚନ ସମୟରେ ପଲିଟିକାଲ ଷ୍ଟଣ୍ଟ ପ୍ରତି ଦଳ କରିଥାନ୍ତି। ତେବେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ମ୍ୟାରେଜ୍ ଥିଓରୀରୁ କେତେ ସଫଳତା ପାଉଛି ତାଉପରେ ନଜର।

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ