Advertisment

ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ଯୋଗୀ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୋଟିଏ ୫୪ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଦୁଇଟି ବନ୍ଧୁକ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କର କୌଣସି ଜମିବାଡ଼ି ନଥିବା, ତାଙ୍କ ନାରେ ଅପରାଧିକ ମାମଲା ନଥିବା ଏବଂ କୌଣସି ଲୋନ୍ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

undefined

UP CM Yogi Adityanath

Advertisment

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଜି ସେ ଗୋରଖପୁର ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୋଟିଏ ୫୪ ଲକ୍ଷ ଟଙ୍କାର ସମ୍ପତ୍ତି ସହ ଦୁଇଟି ବନ୍ଧୁକ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ତାଙ୍କର କୌଣସି ଜମିବାଡ଼ି ନଥିବା, ତାଙ୍କ ନାରେ ଅପରାଧିକ ମାମଲା ନଥିବା ଏବଂ କୌଣସି ଲୋନ୍ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

Advertisment

ଆଜି ନାମାଙ୍କନ ଦାଖଲ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଚର୍ଚ୍ଚା ହେଉଥିଲା ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏଥର ଅଯୋଧ୍ୟା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି। କିନ୍ତୁ କିଛି ଦିନ ତଳେ ସେହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ଆଜି ସେ ଗୋରଖପୁର ଆସନରୁ ହିଁ ଲଢ଼ିବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା।.

UP Election 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ