Advertisment

୨୦ରେ ସରିବ ସର୍ଭେ, ୨୭ ଯାଏଁ ସ୍ପେସାଲ ଡ୍ରାଇଭ; ୫ ମାସରେ ଚୂଡ଼ାନ୍ତ ତାଲିକା

ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।

undefined

Odisha Politics, OBC Survey

Advertisment

ବହୁ ବାଦ ବିବାଦ ପରେ ରାଜ୍ୟରେ ଆରମ୍ଭ ହେଲା ପଛୁଆ ବର୍ଗଙ୍କ ପାଇଁ ସର୍ଭେ। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ପେଶାଲ୍ ଡ୍ରାଇଭ୍ ମାଧ୍ୟମରେ ସର୍ଭେ କରାଯିବ। ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ୫ ମାସ ଭିତରେ ଚୂଡ଼ାନ୍ତ ତାଲିକା ବି ଆସିଯିବ । ତେବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପଛୁଆବର୍ଗଙ୍କ ପୂରା ତାଲିକା ଜାରି ପରେ ଘର ଘର ବୁଲି ସର୍ଭେ ପାଇଁ ଦାବି କରିଛି ବିଜେପି ।

Advertisment

ରାଜ୍ୟରେ ପଛୁଆ ବର୍ଗ ସଂଖ୍ୟା କେତେ ? ସେମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି କ'ଣ ? ଏସବୁ ଜାଣିବାକୁ ବହୁ ବାଦ ବିବାଦ ପରେ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଛୁଆ ବର୍ଗ ସର୍ଭେ । ହାତରେ ପରିଚୟ ପତ୍ର ଧରି ରାଜ୍ୟର ବିଭିନ୍ନ ଅଙ୍ଗନୱାଡ଼ି ଓ ପିଡିଏସ୍ ସେଣ୍ଟରକୁ ସର୍ଭେ ପାଇଁ ଲୋକ ଭିଡ଼ ଜମାଇଛନ୍ତି । ରାସନ୍ କାର୍ଡ ନମ୍ବର ସହ ପରିବାର ସମସ୍ତ ସଦସ୍ୟଙ୍କ ତଥ୍ୟ ଦେଇ ନିର୍ଧାରିତ ସର୍ଭେ ଫର୍ମକୁ ପୂରଣ କରାଯାଉଛି। ରାଜ୍ୟରେ ଥିବା ପଛୁଆ ବର୍ଗର ୨୩୦ଟି ଜାତି ଏହି ସର୍ଭେରେ ସାମିଲ ହୋଇଛନ୍ତି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ଏମିତି ସର୍ଭେ ଚାଲିବ । ତା’ ପରେ ୨୦ରୁ ୨୭ତାରିଖ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ସର୍ଭେ କରାଯିବ ।

ଓବିସି କମିଶନ୍ ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳ କହିଛନ୍ତି ୨୭ ତାରିଖ ପରେ ମଧ୍ୟ ଯେଉଁମାନେ ଚାହିଁବେ ସର୍ଭେ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ୫ ମାସ ଭିତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

Advertisment

ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବା ସହ ୟାକୁ ନେଇ ରାଜନୀତି ବି ତେଜିଛି । ବିଜେପିର ଓବିସି ମୋର୍ଚ୍ଚା ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ସର୍ଭେକୁ କେବଳ ଏକ ପ୍ରହସନ ଓ ପ୍ରବଞ୍ଚନା ବୋଲି ଦଳ ଅଭିଯୋଗ କରିଛି। ଦାବି କରିଛି, କାହାକୁ ବାଦ ନ ଦେଇ ପଛୁଆବର୍ଗଙ୍କ ପୂରା ତାଲିକା ହେଉ। ତା ପରେ ଘର ଘର ବୁଲି ସର୍ଭେ କରାଯାଉ। କେବଳ ସେତିକି ନୁହେଁ କେନ୍ଦ୍ର ଓବିସି ତାଲିକାରେ ଥିବା ୧୪ ଜାତିକୁ ରାଜ୍ୟ ଏସଇବିସି ତାଲିକାକୁ ନଆଣି କିପରି ସର୍ଭେ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।

ରାଜ୍ୟରେ ପ୍ରାୟ ଅଧାରୁ ଅଧିକ ଜନସଂଖ୍ୟା ହେଉଛନ୍ତି ପଛୁଆ ବର୍ଗର। ସାଧାରଣ ନିର୍ବାଚନରେ ଏହି ବର୍ଗର ସବୁଠୁ ବଡ଼ ଭୂମିକା। ତେଣୁ ସେମାନଙ୍କ ଭୋଟକୁ ହାତ ମୁଠାରେ ରଖିବାକୁ ସର୍ଭେ ପରେ ରାଜ୍ୟ ସରକାର ସେମାନଙ୍କ ପାଇଁ ସ୍ୱତନ୍ତ୍ର ସ୍କିମ୍ କରିବାର ସମ୍ଭାବନା ରହିଛି। ତା ସାଙ୍ଗକୁ ଏମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବି ବଢ଼ାଯାଇ ପାରେ ବୋଲି କୁହାଯାଉଛି ।

Advertisment

Odisha OBC Survey Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ