Advertisment

'ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି'

’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି’ ।

ଅଦ୍ୟତନ ହୋଇଛି
Golak Mohapatra

Golak Mohapatra

Advertisment

ବବି ଦାସଙ୍କ କ୍ରୀତଦାସ ମନ୍ତବ୍ୟ ପ୍ରସଙ୍ଗ ନେଇ ବର୍ଷିଲା ବିଜେପି । ପ୍ରେସମିଟ୍ କରି ସମାଲୋଚନା କଲେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ବବିଙ୍କର ଏହା ସାମନ୍ତବାଦୀ ମାନସିକତାର ପରିଚୟ ବୋଲି ସେ କହିଛନ୍ତି । ସେ ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ।

Advertisment

ଗୋଲକ ମହାପାତ୍ର ଆହୁରି କହିଛନ୍ତି ଯେ, ’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି । ବବି ଦାସ କହୁଛନ୍ତି ମୁଁ ସବୁ ଜାଗାକୁ ଯାଏ। ଯଦି ଆପଣଙ୍କ ଯୋଗ୍ୟତା ଅଛି ତାହେଲେ ନବୀନ ଆପଣଙ୍କୁ ମନ୍ତ୍ରୀ କାହିଁ କଲେନି’।

ସେପଟେ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆମେ ନିର୍ବାଚିତ ପ୍ରତିନିଧି ଜନ ପ୍ରତିନିଧି । ଜଣେ ବିଧାୟକ ବ୍ୟୁରୋକ୍ରାଟଠାରୁ ଉଚ୍ଚରେ ବୋଲି କହିଛନ୍ତି ତାରା ବାହିନୀପତି । ତେବେ ଏ ନେଇ ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment
BJP Pranab Prakash Das 5T BJP Golak Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ