Advertisment

‘5T ସଚିବଙ୍କ ଗସ୍ତରେ ୫ଶହ କୋଟି ଖର୍ଚ୍ଚ ହେଲାଣି’

‘ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଇଛନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ଥରେ ଅନୁଗୁଳ ଓ ଥରେ ତାଳଚେର ଯାଇଛନ୍ତି । ’

ଅଦ୍ୟତନ ହୋଇଛି
5T secretary VK Pandian’s chopper visit

5T secretary VK Pandian’s chopper visit

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତକୁ ନେଇ ଜୋର ଧରିଛି ରାଜନୀତି । ୫ ଶହ କୋଟି ଟଙ୍କା ସରକାରୀ ଅର୍ଥ ଖର୍ଚ୍ଚ କରି ସେ ବିଭିନ୍ନ ଜିଲ୍ଲାକୁ ହେଲିକପ୍ଟରରେ ବୁଲିବା ଅନୈତିକ ବୋଲି ଅଭିଯୋଗ କରିଛି ବିଜେପି । ମେ ୧୪ ତାରିଖରେ କୌଣସି ସରକାରୀ କାର୍ଯ୍ୟକ୍ରମ ନ ଥାଇ ଫାଇଭ-ଟି ସଚିବ ବିଜେଡି ବିଧାୟକ ମୁକେଶ ପାଲଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ଜୁନ ୨୮ ତାରିଖରେ ସ୍ଥାନୀୟ ବିଧାୟକଙ୍କ ପାରିବାରିକ ଉତ୍ସବରେ ସେ ଯୋଗ ଦେଇଥିଲେ ବୋଲି ବିଜେପି କହିଛି।

Advertisment

ବାହାଘର ଭୋଜି ଖାଇବାକୁ ସଚିବ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କଠାରୁ ଉତ୍ତର ଚାହିଁଛନ୍ତି ବିଜେପିର ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ। ସେହିପରି କଂଗ୍ରେସ ମଧ୍ୟ 5T ସଚିବଙ୍କ ଗସ୍ତକୁ ଭିନ୍ନ ଆଖିରେ ଦେଖିଛି। ଓଡ଼ିଶାରେ ଅଫିସର ରାଜ ଚାଲିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିବା ସହ ନେତା-ମନ୍ତ୍ରୀଙ୍କ କଥା ନ ଶୁଣି 5T ସଚିବଙ୍କ କଥା ଅଫିସରମାନେ ଶୁଣୁଛନ୍ତି ବୋଲି ସେ କହିଛନ୍ତି । ତେବେ ବିଜେପି ଓ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

ହେଲିକେପ୍ଟରରେ 5T ସଚିବ ଲୋକଙ୍କ ପାଖକୁ ଗଲେ ସମସ୍ୟା ସମାଧାନ ହୋଇପାରୁଛି । ଯଦି ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ତେବେ ଅସୁବିଧା କେଉଁଠି ବୋଲି ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରଶ୍ନ କରିଛନ୍ତି ।...

Advertisment
BJP 5T Secretary VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ