Advertisment

କେଜ୍ରିୱାଲଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ବିଜେପିର ଜୋରଦାର ବିକ୍ଷୋଭ, ପାଣି ମାଡ଼ କଲା ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି । ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରି ରାଜଧାନୀରେ ବିରୋଧ ପ୍ରଦର୍ଶନ। ବିଜେପି କର୍ମୀମାନେ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ITO ନିକଟରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। ବିଜେପି ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା।

Advertisment

ବିଜେପି କର୍ମୀଙ୍କ ଉପରକୁ ପୋଲିସ୍ ପାଣି ମାଡ କରିଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବାଙ୍କ ସମେତ ବହୁ ନେତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଡ୍ରାମା କରୁଛନ୍ତି ବୋଲି ବିଜେପି ଦାବି କରିଛି । ଏପରିକି ଜେଲ ଭିତରୁ ରହି ଦେଇଥିବା ନିର୍ଦ୍ଦେଶନାମାକୁ ମିଛ ବୋଲି ବିଜେପି କହିଛି । 

ମଦ ଦୁର୍ନୀତିରୁ ଧ୍ୟାନ ହଟାଇବାକୁ ମୁଖ୍ୟମନ୍ତ୍ରୀ ଏପରି କରିଥିବା କହିଛି ବିଜେପି । ଅରବିନ୍ଦ କେଜରିୱାଲଙ୍କ ପରି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ତାଙ୍କୁ ଇସ୍ତଫା ଦେବାକୁ ପଡିବ କହି ରାସ୍ତାକୁ ଓହ୍ଲାଇଛି ବିଜେପି ।

Advertisment

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ବେଳେ ସେଠାରୁ ଚଲାଇଛନ୍ତି ସରକାର। ରବିବାର ପ୍ରଥମ ନିର୍ଦ୍ଦେଶ ଜାରି କରିଥିବା ବେଳେ ଆଜି ଆଉ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ। 

ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହୋଲା କ୍ଳନିକ୍ ଗୁଡ଼ିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଭରଦ୍ୱାଜ କହିଛନ୍ତି। 

Advertisment

ସେ କହିଛନ୍ତି, ମୋହଲ୍ଲା କ୍ଲିନିକ୍ ଗୁଡ଼ିକରେ ଲୋକେ ମାଗଣାରେ ବିଭିନ୍ନ ପ୍ରକାର ପରୀକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ‌ଖବର ପାଇବା ପରେ ଯେପରି ଏହାର ସମାଧାନ ହୋଇପାରିବ, ତାହା ନିଶ୍ଚିତ କରିବାକୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଡାକ୍ତରଖାନା ଓ ମୋହଲ୍ଲା କ୍ଲିନିକ୍‌ରେ ଯେପରି ଲୋକଙ୍କୁ ମାଗଣାରେ ଔଷଧ ମିଳିବାରେ ବା କୌଣସି ପ୍ରକାର ପରୀକ୍ଷା କରାଇବାରେ କିଛି ଅସୁବିଧା ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି। 

BJP Delhi Police AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ