Advertisment

ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି, ଶେଷରେ ପାଣିମାଡ଼ କଲା ପୋଲିସ୍‌

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ ଓ ବିକ୍ଷୋଭ କରିଛି। ଆଜି ସମ୍ବଲପୁରରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
BJP-Police scuffle

BJP-Police scuffle

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ ଓ ବିକ୍ଷୋଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଆଜି  ବିକ୍ଷୋଭ କରାଯାଇଛି।

Advertisment

ସମ୍ବଲପୁରରେ ବିଜେପି ଜୋରଦାର ବିକ୍ଷୋଭ କରିଛି। ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଆନ୍ଦୋଳନ କରିଛନ୍ତି। ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ। ଏହି ସମୟରେ ପୋଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିବାରୁ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ତେବେ ବିଜେପି କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିବା ଦେଖିବାକୁ ମିଳିଛି।

କଟକରେ ସିଏମ୍‌ସି ଅଫିସ ସାମ୍ନାରେ ବିଜେପି କର୍ମୀ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛନ୍ତି। ଏହାସହ ୩ ଜଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି ବିଜେପି କର୍ମୀ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଘଣ୍ଟ ଘୋଡ଼ା ଯାଉଥିବା ଅଭିଯୋଗ କରି ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି।

Advertisment

ବାଲେଶ୍ୱରରେ ମଧ୍ୟ ବିଜେପି ପ୍ରତିବାଦ କରିଛି। ସଦର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସାମ୍ନାରେ ବିଜେପି କର୍ମୀମାନେ ଧାରଣା ଦେବା ସହ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଚେତାବନୀ ଦେଇଛି। 

ଅନ୍ୟପକ୍ଷେ, ମମତା ତାତି ଭିତରେ ଆଜି ଭବାନୀପାଟଣାରେ ଗୋଟିଏ ମଞ୍ଚରେ ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମମିତା ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ ମନ୍ତ୍ରୀ ଦିବ୍ୟଶଙ୍କ ସଭାସ୍ଥଳରେ ଉପସ୍ଥିତ ଥିଲେ। 

Advertisment

BJD BJP Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ