Advertisment

ବୁମେରାଂ ହେଲା 'ଜଲେବି' ଫର୍ମୁଲା; ବିଜୟ ପରେ ରାହୁଲଙ୍କ ଘରକୁ ପାର୍ସଲ ପଠାଇଲା ବିଜେପି

ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସଭବନକୁ ଏକ କିଲୋ ଜଲେବି ପାର୍ସଲ କରାଯାଇଛି। କଟାକ୍ଷ କରି ବିଜେପି କହିଛି, ରାହୁଲଙ୍କ ଘରକୁ ପଠାଇବା ପାଇଁ ଏକ କିଲୋ ଜଲେବି ଅନଲାଇନ୍ ଅର୍ଡର କରାଯାଇଛି।

ଅଦ୍ୟତନ ହୋଇଛି
Rahul Gandhi Jalebi

Rahul Gandhi Jalebi

Advertisment

ହରିୟାଣା ନିର୍ବାଚନ ଫଳାଫଳ ଜଣାପଡିବା ପରେ ଏବେ ଜଲେବି ଚର୍ଚ୍ଚା ଜୋର୍ ଧରିଛି। ହରିୟାଣାରେ ବିଜେପିର ବିଜୟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି ଜଲେବି ଫର୍ମୁଲା। ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସ ଭବନକୁ ଏକ କିଲୋ ଜଲେବି ପାର୍ସଲ କରାଯାଇଛି। କଟାକ୍ଷ କରି ବିଜେପି କହିଛି, ରାହୁଲଙ୍କ ଘରକୁ ପଠାଇବା ପାଇଁ ଏକ କିଲୋ ଜଲେବି ଅନଲାଇନ୍ ଅର୍ଡର କରାଯାଇଛି।

Advertisment

ଏକ ଫୁଡ୍ ଏଗ୍ରିଗେଟର୍ ଆପର ସ୍ନାପସଟ୍ ପ୍ରକାଶ କରିଛି ଯେ, ଆକବର ରୋଡ୍ ୨୪ରେ ଦିଲ୍ଲୀର କନନାଟ୍ ପ୍ଲେସର ଏକ ଲୋକପ୍ରିୟ ଦୋକାନରୁ ଏକ କିଲୋ ଜଲେବି ଅର୍ଡର କରାଯାଇଥିଲା। ହରିୟାଣା ବିଜେପି ଟ୍ୱିଟରରେ ଏହି ଫଟୋ ପୋଷ୍ଟ କରି କହିଛି ଯେ ହରିୟାଣାର ସମସ୍ତ ବିଜେପି କର୍ମଚାରୀଙ୍କ ତରଫରୁ ଏହି ଜଲେବି ରାହୁଲ ଗାନ୍ଧିଙ୍କ ଘରକୁ ପଠାଯାଇଛି। ଯାହାର ମୂଲ୍ୟ ୬୦୯ ଟଙ୍କା। ଟ୍ୱିଟରରେ ସେୟାର କରିଥିବା ଅର୍ଡରର ସ୍କ୍ରିନ ସଟ୍‌ରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି।

Advertisment

ହରିୟାଣା ଗୋହାନାରେ ମାତୁରାମ ହାଲୱାଇଙ୍କ ଜଲେବି ଖୁବ୍ ପ୍ରସିଦ୍ଧ । ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜଲେବିର ଓଜନ ଗୋଟାକୁ ପ୍ରାୟ ଅଢ଼େଇ ଶହ ଗ୍ରାମ୍। ତେବେ ସେଠାରେ ନିର୍ବାଚନ ପ୍ରଚାର ବେଳେ ଏହି ଫେମସ୍ ଜଲେବି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ ବୋଲି କହିଥିଲେ। ଏହାକୁ ନେଇ ତାଙ୍କୁ କଟାକ୍ଷ କରିଥିଲା ବିଜେପି ।

ଅନେକ ଲୋକ କହିଛନ୍ତି ଯେ ଜଲେବୀକୁ ସତେଜ ଖାଇବା ଭଲ, ଏହାକୁ ଏକ କାରଖାନାରେ ତିଆରି କରିବା ଏବଂ ବହୁ ପରିମାଣରେ ବିକ୍ରି କରିବା ଠିକ୍ ନୁହେଁ । ହରିୟାଣାରେ ବିଜେପିର ପରାଜୟ ପରେ ଜଲେବି ଟ୍ରେଣ୍ଡ କରିଥିଲା। ହରିୟାଣାରେ ପ୍ରାରମ୍ଭିକ ନିର୍ବାଚନ ଧାରା ବିଜେପି ପାଇଁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ସୂଚାଇଲା, ସେତେବେଳେ ବିଜେପି ପକ୍ଷରୁ ଏକ କ୍ୱିଣ୍ଚାଲ ଜଲେବି ଆଣି ସେଲିବ୍ରେସନ କରାଯାଇଥିଲା। ଏହି ଅବସରରେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ମଧ୍ୟ କର୍ମୀଙ୍କ ସହ ଜଲେବି ଖାଉଥିବା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ଜଲେବି ବହୁତ ସ୍ୱାଦିଷ୍ଟ ଥିଲା। ହେଲେ ଏହା ଫ୍ୟାକ୍‌ଟ୍ରିର ନୁହେଁ।

Advertisment

ଗୋହାନା ରାଲିରେ ରାହୁଲ ଗାନ୍ଧୀ ମାତୁରାମ ହାଲୱାଇଙ୍କ ଜଲେବିକୁ ଖୁବ ପ୍ରଶଂସା କରିଥିଲେ। ମାତ୍ର ଏବେ ଗୋହାନାରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା ​​। ଏଠାରେ ବିଜେପି ପ୍ରାର୍ଥୀ ଅରବିନ୍ଦ କୁମାର ଶର୍ମା କଂଗ୍ରେସର ଜଗବୀର ସିଂ ମଲିକଙ୍କୁ ୧୦,୪୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏହି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ଥିବାବେଳେ ଶର୍ମା ମୋଟ ୫୭,୦୫୫ଖଣ୍ଡ ଭୋଟ୍ ପାଇଥିଲେ।

Odisha News BJP Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ