Advertisment

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୨୪ ନିର୍ବାଚନ ପାଇଁ ଫୁଙ୍କିବେ ବିଗୁଲ

୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।

ଅଦ୍ୟତନ ହୋଇଛି
BJP National President JP Nadda To Visit Odisha Today

BJP National President JP Nadda To Visit Odisha Today

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ଓଡ଼ିଶା ଆସୁଛନ୍ତି। ତାଙ୍କ ଗସ୍ତ ଲାଗି ବ୍ୟାପକ ଆୟୋଜନ କରାଯାଇଛି। ନଡ୍ଡାଙ୍କ ଗସ୍ତ ପାଇଁ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ପୁରା ଟିମ୍ ପ୍ରସ୍ତୁତିର ତଦରାଖ କରୁଛନ୍ତି। ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। 

Advertisment

ଭୁବନେଶ୍ୱର ଏୟାରପୋର୍ଟରୁ ପାର୍ଟି ଅଫିସ୍, ଦଳୀୟ କାର୍ଯ୍ୟାଳୟରୁ ଜନତା ମଇଦାନ ସବୁଠି ଛାଇ ଯାଇଛି ପୋଷ୍ଟର, ବ୍ୟାନର୍। ଆଜି ନଡ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଅଣାଯିବ। ଏହାପରେ ରାଜଧାନୀର ଜନତା ମଇଦାନ ସଭାସ୍ଥଳକୁ ଯିବେ ଜେପ.ପି. ନଡ୍ଡା।ସେଠାରେ ଶକ୍ତି କେନ୍ଦ୍ର ବା ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ସଙ୍ଗଠନକୁ ମଜବୁତ୍‌ କରିବା, କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମାହୋଲ ବନାଇବାକୁ ରଣନୀତି  ତିଆରି ହେବ।   

ଏହାସହ ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚାନା କରିବେ ଜେ.ପି. ନଡ୍ଡା।  ତା’ପରେ ନଡ୍ଡା ପୁରୀ ଗସ୍ତ କରି ସେଠାରେ ରାତ୍ରୀ ରହଣି କାର୍ଯ୍ୟକ୍ରମ ରହିଛି।  ୩୦ ତାରିଖ ସକାଳେ ମହାପ୍ରଭୁଙ୍କ ଦର୍ଶନ କରି ଭଦ୍ରକ ଯିବେ। ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।  ସେଠାରୁ ଫେରି ପୁଣି ଥରେ ଜନତା ମଇଦାନରେ ସଂଯୁକ୍ତ ମୋର୍ଚ୍ଚାମାନଙ୍କୁ ନେଇ ଆୟୋଜିତ ସଭାରେ ସେ ସାମିଲ ହେବେ। ପରେ ଦଳୀୟ କାର୍ଯ୍ୟାଳୟରେ ଦଳର କୋର୍ ଟିମ୍ ସହ ଜେ.ପି. ନଡ୍ଡା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଅନ୍ୟପକ୍ଷେ,  ଭୁବନନେଶ୍ୱର ଜନତା ମଇଦାନରେ ଜେ.ପି. ନଡ୍ଡାଙ୍କ ସମାବେଶରେ ୨୦ ହଜାରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି।  ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୫ ଫ୍ଲାଟୁନ ଫୋର୍ସ ମୁତୟନ ରହିବେ। ଟ୍ରାଫିକ ସମସ୍ୟା ନହେବା ଲାଗି ବ୍ୟବସ୍ଥା ସହ  ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଆଖପାଖ ଅଞ୍ଚଳରେ ହସ୍ପିଟାଲ ରହୁଥୁବାରୁ ଆମ୍ବୁଲାନ୍ସ ଚଳପ୍ରଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ପୋଲିସ ଆଲୋଚନା କରିଥିବା ଡିସିପି କହିଛନ୍ତି। 

ନାଲ୍‌କୋ ଛକରୁ ଜୟଦେବ ବିହାର ଚଳଚଞ୍ଚଳ ରାସ୍ତା ଥିବାରୁ ଜନତା ମଇଦାନରେ କାର୍ଯ୍ୟକ୍ରମ ସରିବା ପରେ ଟ୍ରାଫିକ ପରିଚାଳନା ପାଇଁ ଡାଇଭରସନ  କରାଯିବ ବୋଲି  ଡିସିପି ସୂଚନା ଦେଇଛନ୍ତି। ସେପଟେ ବିଜେଡି ପକ୍ଷରୁ ୨ ଦିନିଆ ପ୍ରତିନିଧି ସମ୍ମିଳନୀ ଆୟୋଜନ କରାଯାଉଛି। ଏହା ବରମୁଣ୍ଡା ପଡ଼ିଆରେ ହେଉଥିବାରୁ କର୍ମକର୍ତ୍ତାଙ୍କ ସମାଗମ ହେବ। ଏଥିପାଇଁ ପୋଲିସ ପକ୍ଷରୁ ୫ ଫ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଡିସିପି କହିଛନ୍ତି।     

Advertisment
BJP J P Nadda General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ