Advertisment

ବିଜେଡିମୁକ୍ତ ଓଡ଼ିଶା ପାଇଁ ଆହ୍ୱାନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଜେପି ନଡ୍ଡା କହିଛନ୍ତି, କାମ କରୁଛି ଜଣେ, ବାହାବା ନେଉଛି ଆଉ ଜଣେ।

ଅଦ୍ୟତନ ହୋଇଛି
BJP President JP nadda

BJP President JP nadda

Advertisment

ବିଜେଡିମୁକ୍ତ ଓଡ଼ିଶା ପାଇଁ ଆହ୍ବାନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଦିଗରେ କାମ କରିବାକୁ କର୍ମକର୍ତ୍ତାଙ୍କୁ ସେ ଆହ୍ୱାନ ଦେଇଛନ୍ତି। କର୍ମକର୍ତ୍ତାଙ୍କ ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ସେ କହିଛନ୍ତି, ବିକଶିତ ଓଡ଼ିଶା ଦେଖିବାର ଅଛି, ତ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘରର ଲୋଗୋ ଲଗାଇବାକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, କାମ କରୁଛି ଜଣେ, ବାହାବା ନେଉଛି ଆଉ ଜଣେ। ଏକଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ନିଜ ସମ୍ବୋଧନରେ ରତ୍ନଭଣ୍ଡାର କଥା ମଧ୍ୟ ଉଠାଇଥିଲେ। ଦେଶବାସୀଙ୍କ ପାଇଁ ମୋଦି ସରକାର କଣ କଣ କରିଛନ୍ତି, ତାର ଲମ୍ବା ତାଲିକା କର୍ମକର୍ତ୍ତାଙ୍କ ଆଗରେ ରଖିଥିଲେ ନଡ୍ଡା।  

ଅଧିକ ପଢନ୍ତୁ: 'ଭ୍ରଷ୍ଟାଚାରରେ ବୁଡ଼ିଥିବା ରାଜ୍ୟ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ'

Advertisment

ଓଡିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେ.ପି ନଡ୍ଡା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଜେ.ପି ନଡ୍ଡା ୨୨ ପାହାଚ ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଏହାପରେ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିଲେ। ଏହାପରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେର ନୀଳଚକ୍ର ସମ୍ମୁଖରେ ଦୀପ ଆଳତୀ କରିଥିଲେ। ଶ୍ରୀମନ୍ଦିର ଦର୍ଶନ ସମୟରେ ଜେ.ପି ନଡ୍ଡା ରତ୍ନ ଭଣ୍ଡାର ସମ୍ପର୍କରେ ପଚାରିବା ସହ ଦର୍ଶନ କରିଥିଲେ। ଏହାପରେ ପୁରୀ ତାଳବଣିଆ ହେଲିପ୍ୟାଡରୁ ସେ ଭଦ୍ରକ ତିହିଡି ଅଭିମୁଖେ ଗସ୍ତ କରିଛନ୍ତି।  

BJP JP Nadda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ