Advertisment

‘ପଦ୍ମକେଶରୀପୁରରେ ବ୍ୟାପକ ଭାବେ ବେଆଇନ ସୁଧ କାରବାର ଚାଲିଛି’

‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’

BJP MP Aparajita Sarangi blasts Odisha govt over arrest of 150 people in Padmakesharpur group clash

BJP MP Aparajita Sarangi blasts Odisha govt over arrest of 150 people in Padmakesharpur group clash

Advertisment

ଭୁବନେଶ୍ୱର ପଦ୍ମକେଶରୀପୁର ଗିରଫଦାରୀ ମାମଲାକୁ ନେଇ ନୂଆ ଥିଓରୀ ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଜେଡି ଦଳର ପ୍ରୋତ୍ସାହନରେ ପଦ୍ମକେଶରୀପୁରରେ ମହାଜନୀ କାରବାର ଚାଲିଛି ବୋଲି ସେ କହିଛନ୍ତି । ଚଢ଼ା ଦରରେ ଚାଲିଛି ସୁଧ କାରବାର ।

Advertisment

ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି । ଗାଁରେ ହିଂସାକାଣ୍ଡ ପଛରେ ଅସଲରେ ବିଜେଡି ରହିଛି ବୋଲି କହି ଟାଗେର୍ଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସାଂସଦ ଅପରାଜିତା କହିଛନ୍ତି, ‘୩ ମାସ ହେଲାଣି ପଦ୍ମକେଶରୀପୁରରେ ଭୟର ବାତାବରଣ ଲାଗି ରହିଛି । ୧୫୫ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୫୪ ଜଣ ମହିଳା ଅଛନ୍ତି । ଗାଁ ଜନଶୂନ୍ୟ, ବୃଦ୍ଧବୃଦ୍ଧା ଓ ଛୋଟ ପିଲା ଅସହାୟ ଅବସ୍ଥାରେ ରହିଛନ୍ତି ।’

Advertisment

‘ପଦ୍ମକେଶରୀପୁରରେ ବ୍ୟାପକ ଭାବେ ବେଆଇନ ସୁଧ କାରବାର ଚାଲିଛି । ବିଜେଡି ପ୍ରୋତ୍ସାହନରେ ସେଠାରେ ମହାଜନୀ କାରବାର ଚାଲିଛି । ମନି ଲଣ୍ଡରିଂ ଆକ୍ଟର ଖୋଲା ଉଲ୍ଲଂଘନ କରାଯାଉଛି’ ବୋଲି ଅପରାଜିତା କହିଛନ୍ତି । 

ସୂଚନାଥାଉ କି, ପଦ୍ମକେଶରୀପୁରକୁ ଯାଇ କିଛି ଦିନ ପୂର୍ବେ ସ୍ଥିତି ଅନୁଧ୍ୟାନ କରିଥିଲେ ଅପରାଜିତା । ଏହାପରେ ପୋଲିସ୍, ପ୍ରଶାସନ ଏବଂ ସ୍ଥାନୀୟ ନେତା ପହଞ୍ଚି ଲୋକଙ୍କ ସହ ବୁଝାସୁଝା କରିଥିବା ଦେଖିବାକୁ ମିଳିଥିଲା । 

Advertisment
MP Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ