Odisha Assembly
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । ଗରିବ ଲୋକଙ୍କ ଖାଦ୍ୟକୁ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ପୁନର୍ବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏପ୍ରିଲ ୨୦୨୨ରୁ ସେମ୍ବେର ୨୦୨୨ ପର୍ଯ୍ୟନ୍ତ ଅର୍ଥାତ ୬ ମାସ ବୃଦ୍ଧି କରିଛନ୍ତି ।
ଏହି ଦୂରଦୃଷ୍ଟି ସଂପନ୍ନ ନିଷ୍ପତ୍ତି ପାଇଁ ବିଜେପି ବିଧାୟକ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ ସହ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନାରେ ଓଡ଼ିଶାର ପ୍ରାୟ ୩.୨୫ କୋଟି ଲୋକ ଉପକୃତ ହେବେ ।
ଏହି ଯୋଜନା ପାଇଁ ଆବଣ୍ଟିତ ହୋଇଥିବା ୮୦ ହଜାର କୋଟି ଟଙ୍କାରୁ ଓଡ଼ିଶା ପାଇଁ ୩ ହଜାର ୫୫୦ କୋଟି ଖର୍ଚ୍ଚ ହେବ ବୋଲି ବିଜେପି ବିଧାୟକ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଭଳି ଜନକଲ୍ୟାଣକାରୀ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ପ୍ରସ୍ତାବ ଆଗତ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେପି ବିଧାୟକ ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648467364.jpg)