Advertisment

୨୪ ପାଇଁ ବିଜେପିର ବଡ଼ ରଣନୀତି; ସାଂସଦ ହେବେ ବିଧାୟକ ପ୍ରାର୍ଥୀ !

ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Odisha BJP

Odisha BJP

Advertisment

ଲୋକସଭା ଭୋଟ୍ ପାଇଁ ବିଜେପିର ସ୍ୱତନ୍ତ୍ର ଷ୍ଟ୍ରାଟେଜି । ସାଂସଦମାନେ ହୋଇପାରନ୍ତି ବିଧାୟକ ପ୍ରାର୍ଥୀ । ଆଉ ଲୋକସଭା ସିଟ୍‌ରେ ଦିଆଯାଇପାରେ ନୂଆ ଚେହେରା । ଓଡ଼ିଶାର ୮ରୁ ୬ ସାଂସଦ ବିଧାନସଭା ନିର୍ବାଚନ ଲଢିବା ସମ୍ଭାବନା ରହିଛି । ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି କିଛି ଏଭଳି ରଣନୀତି କରିଥିବା ଚର୍ଚ୍ଚା । ଯାହାର ସଂକେତ ମିଳିସାରିଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳର ପ୍ରାର୍ଥୀ ତାଲିକାରୁ । ସେଠାରେ ୩ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ପଟେଲ୍ ଓ ଫଗନ୍ ସିଂ କୁଲସ୍ତେ ଏବଂ ୪ ଜଣ ସାଂସଦଙ୍କୁ ଦିଆଯାଇଛି ବିଧାନସଭା  ଟିକେଟ୍ ।

Advertisment

ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି । ଆଉ ଏହି ସମ୍ଭାବ୍ୟ ତାଲିକାରେ ଅଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗିତା ସିଂହଦେଓ, ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତୀଶ ଗଙ୍ଗଦେବ, ମୟୂରଭଂଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଆଉ ଏସବୁ ସଂସଦୀୟ କ୍ଷେତ୍ରରେ ପଦ୍ମ ଦଳ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ ଲୋକସଭା ନିର୍ବାଚନ ଲଢିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ନେଇ ଅଙ୍କକଷା ଚାଲିଛି ।

Advertisment

ସାଂସଦମାନେ ବିଧାନସଭା ନିର୍ବାଚନ ଲଢିବା ଫର୍ମୁଲାକୁ ନେଇ ରାଜନୀତି ସରଗରମ ଥିବାବେଳେ ଏପଟେ ରାଜ୍ୟ ବିଜେପି ବଳ ଗୋଟାଇବା ଆରମ୍ଭ କରିଛି । ଆଜି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କକେଶରୀ ଦେଓ ଓ ତାଙ୍କ ପତ୍ନୀ ମାଳବିକା ଦେବୀ । ଅର୍କକେଶରୀଙ୍କ ବାପା ତଥା କଳାହାଣ୍ଡି ରାଜପରିବାରରୁ ଆସୁଥିବା ବିକ୍ରମ କେଶରୀ ଦେଓ ବିଜେପିରୁ କଳାହାଣ୍ଡି ସାଂସଦ ଥିଲେ । ତେବେ ଅର୍କ ଓ ମାଳବିକା ବିଜେପିରେ ଯୋଗ ଦେବା ପରେ ସେମାନ କେଉଁଠୁ ନିର୍ବାଚନ ଲଢିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯଦି ବସନ୍ତ ପଣ୍ଡା ନୂଆପଡ଼ା ବିଧାନସଭା ଆସନରୁ ଲଢନ୍ତି ତେବେ ଅର୍କ କିମ୍ବା ଭବାନୀପାଟଣାର ଟାଣୁଆ ବିଧାୟକ ପ୍ରଦୀପ୍ତ ନାଏକ କଳାହାଣ୍ଡି ଲୋକସଭା ସିଟ୍‌ରୁ ପ୍ରାର୍ଥୀ ହୋଇପାରନ୍ତି । ଅନ୍ୟପଟେ ଅର୍କ କିମ୍ବା ମାଳବିକା ଜୁନାଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ବି ଚର୍ଚ୍ଚା ହେଉଛି । ଅର୍କକେଶରୀ ବିଜେପିରେ ଯୋଗ ଦେବା ପରେ କଳାହାଣ୍ଡି ବିଜେଡି ଉପରେ ଏହାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ।

Advertisment
BJP Odisha BJP 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ