Advertisment

’ପ୍ରତାପ ଦେବଙ୍କ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ସହମତ କି ?’

ଏହା ଅହଂକାରର ଚରମ ସୀମା ବୋଲି ବିଜେପି ନେତା ସମ୍ବିତ ପାତ୍ର କହିଛନ୍ତି ।

ଅଦ୍ୟତନ ହୋଇଛି
Sambit Patra

Sambit Patra

Advertisment

ମହାପ୍ରଭୁ ଜଗନ୍ନାଥ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚୟରୁ ହିଁ ଦେଶବାସୀ ଓଡ଼ିଶାକୁ ଜାଣନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମନ୍ତବ୍ୟକୁ ବିଜେପି ନେତା ସମ୍ବିତ ପାତ୍ର କଡ଼ା ନିନ୍ଦା କରିଛନ୍ତି । ସମ୍ବିତ୍ ଟ୍ୱିଟ୍ କରି କହିଛନ୍ତି, ଏହା ଅହଂକାରର ଚରମ ସୀମାର ପରିଚୟ । ସାଢ଼େ ୪କୋଟି ଓଡ଼ିଆଙ୍କ ସହ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ହିନ୍ଦୁଙ୍କ ଭାବନା ପ୍ରତି ହୀନମନ୍ୟତା ସୃଷ୍ଟି କରିଛି । ମନ୍ତ୍ରୀ ପ୍ରତାପ ଦେବ ଯାହା କହିଛନ୍ତି କଣ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହମତି ରହିଛି କି ବୋଲି ସମ୍ବିତ୍ ପ୍ରଶ୍ନ କରିଛନ୍ତି । ଏହାସହ ଯଦି ସେ ଏଥିରେ ସହମତ ନାହାନ୍ତି, ତାହାଲେ ସଂପୃକ୍ତ ମନ୍ତ୍ରୀଙ୍କୁ ତିରସ୍କାର କରନ୍ତୁ ବୋଲି କହିଛନ୍ତି ସମ୍ବିତ୍ ।

Advertisment

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଓଡ଼ିଆ ଜାତି ପାଇଁ ଦୁର୍ଭାଗ୍ୟଜନକ କଥା ଯିଏ ଜଗନ୍ନାଥଙ୍କୁ ସମ୍ମାନ ଦେଇ ଜାଣେନି, ତାଙ୍କୁ କଣ କୁହାଯିବ । ତେବେ ବିଜେପି ଓ କଂଗ୍ରେସର ଆକ୍ଷେପ ନେଇ ଶିଳ୍ପମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ଗତକାଲି ପ୍ରତାପ ଦେବ କହିଥିଲେ, ସାଢ଼େ ୪କୋଟି ଓଡ଼ିଆଙ୍କର ଗୋଟିଏ ପରିଚୟ ଥିଲା, ପ୍ରଭୁ ଜଗନ୍ନାଥ। ଏବେ ଆପଣମାନେ ଭାରତ ବର୍ଷର ଯେକୌଣସି ଜାଗାକୁ ଯିବେ ଓ ଓଡ଼ିଶାରୁ ବୋଲି ପରିଚୟ ଦେବେ, ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁହଁରୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ନାଁ ବାହାରିବ ।

Advertisment

ତେବେ ପ୍ରତାପ ଦେବଙ୍କ ଭାଷଣକୁ ନେଇ ଗତକାଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ନାପସନ୍ଦ କରିଥିଲେ । ସେ କହିଥିଲେ, ଅହଙ୍କାରର ଶୀର୍ଷରେ ବିଜେଡି ପହଞ୍ଚିଛି, ସେଥିପାଇଁ ଏଭଳି ବକ୍ତବ୍ୟ ରଖିଛି । ଜଗନ୍ନାଥଙ୍କ ବିକଳ୍ପ ଭାବେ ସେ ନିଜ ଦଳର ନେତାଙ୍କୁ ଦେଖିବା ଆରମ୍ଭ କରିଛନ୍ତି । ଏହାଠାରୁ ଆଉ କଦର୍ଯ୍ୟ ମାନସିକତା, ଚାଟୁକାରିତା କିଛି ବି ହୋଇନପାରେ । ଓଡ଼ିଶାବାସୀଙ୍କୁ ଏହାଠାରୁ ବଡ଼ ଅପମାନ ଆଉ କିଛି ନହୋଇପାରେ । ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

Sambit Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ