Advertisment

ପୁଣି ବିଜେପି ନିଶାନାରେ ରାହୁଲ ଗାନ୍ଧି

ଲଣ୍ଡନରେ ଭାରତର ଗଣତନ୍ତ୍ର ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟ । ବର୍ଷିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।

 Rahul Gandhi,Ravi Shankar Prasad

Rahul Gandhi,Ravi Shankar Prasad

Advertisment

ପୁଣି ବିଜେପିର ନିଶାନାରେ ରାହୁଲ ଗାନ୍ଧି । ବର୍ଷିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । କହିଲେ ମୁହଁ ଖୋଲନ୍ତୁ ମଲ୍ଲିକାର୍ଜୁନ ଓ ସୋନିଆ । ଲଣ୍ଡନ ଗସ୍ତ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଥିଲେ ଯେ, ଭାରତରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ଓ ୟୁରୋପ ହସ୍ତକ୍ଷେପ କରିବା ଦରକାର । କିନ୍ତୁ ବିଭିନ୍ନ ବାଣିଜ୍ୟ ଓ ଟଙ୍କା ମିଳୁଥିବାରୁ

Advertisment

ସେମାନେ ଚୁପ୍ ଅଛନ୍ତି ବୋଲି କହିଥିଲେ ରାହୁଲ । ଏହି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେପି । ବିଦେଶ ମାଟିରେ ରାହୁଲ ଭାରତକୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ବିଜେପି ନେତା ରବି ଶଙ୍କର ପ୍ରସାଦ । ସେ ବିଦେଶ ରାଷ୍ଟ୍ରଗୁଡ଼ିକୁ ଦେଶରେ ହସ୍ତକ୍ଷେପ କରିବାକୁ କହି ସବୁ ମର୍ଯ୍ୟାଦାକୁ ଭୁଲି ଯାଇଥିବା ରବି ଶଙ୍କର କହିଛନ୍ତି । ସରକାର ଯାହାର ବି ଥାଉ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତୃତୀୟ ପକ୍ଷର ହସ୍ତକ୍ଷେପ ଠିକ ନୁହେଁ । ଏହାକୁ ଆମେ ଦୃଢ଼ତାର ସହ ବିରୋଧ କରୁଛୁ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।...

କେବଳ ଏତିକି ନୁହେଁ, ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଉପରେ କଂଗ୍ରେସର ଆଭିମୁଖ୍ୟ କଣ ବୋଲି ସିଧାସଳଖ ପଚାରିଛି ବିଜେପି । ଦଳୀୟ ମୁଖପାତ୍ର ତଥା ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧି ବିଦେଶ ଗଲା ପରେ ଗଣତନ୍ତ୍ରର ସବୁ ପରମ୍ପରା ଓ ମର୍ଯ୍ୟାଦା ଭୁଲି ଯାଉଛନ୍ତି । ଆମେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧିଙ୍କୁ ପଚାରିବାକୁ ଚାହୁଁଛୁ ଯେ ସେମାନେ ରାହୁଲ ଗାନ୍ଧିଙ୍କ ଏହି ଦାୟିତ୍ୱହୀନ ଓ ଲଜ୍ଜାଜନକ ବୟାନକୁ ସମର୍ଥନ କରୁଛନ୍ତି କି? ଯଦି ସମର୍ଥନ କରୁ ନାହାନ୍ତି, ତା’ହେଲେ ଏହାକୁ ବିରୋଧ କରନ୍ତୁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ। ଅନ୍ୟପକ୍ଷରେ କଂଗ୍ରେସ ନେତା ପ୍ରତିକ୍ରିୟା ରଖିଛନ୍ତି ଯେ, ରାହୁଲ ଯାହା କହିଛନ୍ତି ଠିକ୍ କହିଛନ୍ତି ।...

Advertisment

ଗତ ୪ ତାରିଖରେ ୩ ଦିନିଆ ଲଣ୍ଡନ ଗସ୍ତରେ ଯାଇଥିଲେ ରାହୁଲ । ତେବେ ଏହି ଅବସରରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଦେଇଥିବା ବିଭିନ୍ନ ମନ୍ତବ୍ୟକୁ ନେଇ ମଧ୍ୟ ତାଙ୍କୁ ସମାଲୋଚନା କରିଥିଲା ବିଜେପି ।

Rahul Gandhi BJP Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ