Advertisment

ଗୋଟିଏ ପଟେ ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଏପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ଜମିଲା ଭୋଜିଭାତର ଆସର

ଗୋଟିଏ ପଟେ ଚାଲିଥିଲା ବିଧାୟକ କିଶୋର ମହାନ୍ତିଙ୍କ ଶୋକସଭା, ଅନ୍ୟପଟେ ମନ୍ତ୍ରୀଙ୍କ ଫାର୍ମ ହାଉସରେ ହେଲା ଭୋଜିର ଆସର

ଅଦ୍ୟତନ ହୋଇଛି
BJD MLA

BJD MLA

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ବିଜେଡ଼ି ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଘଟଣା ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି। ଦଳ ଭୁବନେଶ୍ୱର ସ୍ଥିତ ମୁଖ୍ୟକାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଶୋକସଭା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହିଭଳି ଏକ ସମୟରେ କଳାହାଣ୍ଡିଠାରେ ପୂର୍ବତନ ବିଧାୟକ ଅନାମ ନାଏକଙ୍କ ସହ ବିଜେଡିର କିଛି ନେତା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଫାର୍ମ ହାଉସରେ  ଭୋଜିଭାତ ହୋଇଥିବା ଜଣାପଡିଛି। ତେବେ କିଛିବର୍ଷର ନୀରବତା ପରେ ଅନାମଙ୍କ ସକ୍ରିୟତା ପ୍ରସଙ୍ଗ ଯେତିକି ବିସ୍ମୟ ସୃଷ୍ଟି କରୁନି, ଶୋକ ଭିତରେ ଥିବା ବେଳେ ବିଜେଡି ନେତାଙ୍କ ଭୋଜିର ଆୟୋଜନକୁ ନେଇ ରାଜନୈତିକ ନେତାମାନେ ମଧ୍ୟରେ ଭୃକୁଞ୍ଚନ ସୃଷ୍ଟି ହୋଇଛି।

Advertisment

ବ୍ରଜରାଜନଗର ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଠିକ୍‌ ସେହି ସମୟରେ ଜିଲ୍ଲା ବିଜେଡିର ଭବାନୀପାଟଣା କାର୍ଯ୍ୟାଳୟରେ ବି ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ କିନ୍ତୁ ସହର ନିକଟ ସୁକୁନାଭଟ୍ଟାସ୍ଥିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଫାର୍ମ ହାଉସ୍‌ରେ ପୂର୍ବତନ ବିଧାୟକ ଅନାମ ନାଏକଙ୍କ ନେତୃତ୍ବରେ  ଭୋଜିଭାତର ଆୟୋଜନ କରାଯାଇଥିଲା। ଏହାକୁ ନେଇ ବିଜେଡି କର୍ମୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ, ମନ୍ତ୍ରୀ ଶ୍ରୀ ମିଶ୍ର ଏହି ଭୋଜିସଭାରେ ଉପସ୍ଥିତ ନଥିଲେ। ଦଳର ବହୁ ବଛା ବଛା ନେତା ଭୋଜିଭାତରେ ସାମିଲ ହୋଇଥିଲେ।

ଗତ ୨୦୧୯ ନିର୍ବାଚନରେ ଅନାମ ନାଏକ ଦଳୀୟ ଟିକେଟରୁ ବଂଚିତ ହୋଇଥିଲେ। ତାଙ୍କ ବଦଳରେ ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀରେ ଦୁଷ୍ମନ୍ତ ନାଏକ ବିଜେଡି ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ପରାଜିତ ହୋଇଥିଲେ। ଏହାପରେ ବିଜେଡିରେ ଅନାମ ଏକପ୍ରକାର କୋଣଠେସା ହୋଇଥିଲେ। ସେ ଯାହାବି ହେଉ ଏହି ଭୋଜିଭାତକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment
BJD Politics Kishore Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ