Advertisment

'CMO କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍‌ କି'

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଅଦ୍ୟତନ ହୋଇଛି
Jaynarayan Mishra

Jaynarayan Mishra

Advertisment

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । CMO କାହାକୁ କହନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବିଧାନସଭାରେ ପ୍ରଥମ କରି ବିରୋଧୀଦଳ ନେତାଙ୍କ ଲାଇନ କାଟିଦିଆଗଲା । ମୁଁ କହୁଥିଲା ବେଳେ ମୋର ଲାଇନ କାଟି ଦିଆଗଲା ।

Advertisment

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୌଣସି କ୍ଲାରିଟି ନାହିଁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ସେ ଉତ୍ତର ଦାୟୀ । ମନ୍ତ୍ରୀଙ୍କୁ ଦେଖା କରୁନାହାନ୍ତି ସେ ଲୋକଙ୍କୁ କଣ ଦେଖା କରିବେ ବୋଲି କହିଛନ୍ତି ।

ଚନ୍ଦ୍ରଯାନ ଖର୍ଚ୍ଚ ସହ 5T ସଚିବଙ୍କ ଗସ୍ତ ଖର୍ଚ୍ଚ ସମାନ । ଏଠାରେ ଗଣତନ୍ତ୍ରକୁ ହତ୍ୟା କରି ଅଫିସର ଶାସନ ଚାଲିଛି ବୋଲି ସେ କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ର କୁ ହତ୍ୟା କରାଯାଉଛି । ବିଧାନସଭାର ଆବଶ୍ୟକତା ନାହିଁ । ମୁଲତବୀକୁ ଗ୍ରହଣ କରାଯାଉନାହିଁ । ପ୍ରଶ୍ନର ଉତ୍ତର ମିଳୁନି । ମତେ କହିବାର ସୁଯୋଗ ଦିଆଗଲା ନାହିଁ । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

Advertisment

ବିଧାନସଭାରେ 5T ସଚିବଙ୍କୁ ବିରୋଧୀଙ୍କ ସିଧା ଆକ୍ରମଣ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ଏହି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସିଏମ୍‌ଓ ଜନଶୁଣାଣି, ହେଲିକପ୍ଟର ଖର୍ଚ୍ଚ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି। 

କହିଛନ୍ତି ଯେ, ‘ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ। କୋଭିଡ଼ ପୂର୍ବରୁ ସିଏମ୍‌ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା। କୋଭିଡ଼ ଯୋଗୁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। କିନ୍ତୁ କୋଭିଡ଼ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁ ନ ଥିବା ଦେଖିଲୁ। ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି। ’

Advertisment

ମୁଖ୍ୟମନ୍ତ୍ରୀ ବିବୃତି ରଖି ଏହା ମଧ୍ୟ କହିଛନ୍ତି ଯେ,‘ମୋ ନିର୍ଦ୍ଦେଶରେ ସିଏମ୍‌ଓର ଅଧିକାରୀମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣିଲେ। ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭, ୪୪୨ ଅଭିଯୋଗ ଅଣାଯାଇଛି। ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା ୪୩, ୫୩୬ ଅଭିଯୋଗ ସମାଧାନ ହୋଇଛି। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଓ ବୈଷୟିକ ଜ୍ଞାନକୌଶଳ ପରିଚାଳିତ। ୨/୩ ମାସ ମଧ୍ୟରେ ଦୀର୍ଘଦିନରୁ ପଡ଼ିଥିବା ସମସ୍ୟା ସମାଧାନ ହୋଇଯିବ।’

ହେଲିକପ୍ଟର ବ୍ୟବହାର ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି, ‘୧୦ଟାରୁ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏସବୁ କରାଯାଇଥାନ୍ତା,  ତେବେ ଦେଢ଼ ବର୍ଷ ଲାଗିଥାନ୍ତା। ବିଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ ୧ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଛି। ଗତ ୬ ମାସ ମଧ୍ୟରେ ବି ସେହି ସମାନ ମାସିକ ୧ରୁ ୧.୫ କୋଟି ଖର୍ଚ୍ଚ ହୋଇଛି। ହେଲିକପ୍ଟରରେ ଅତ୍ୟଧିକ ଖର୍ଚ୍ଚ ହେବା କୁହାଯିବା ମିଥ୍ୟା ଓ କପୋଳକଳ୍ପିତ।’

BJP CM Naveen Patnaik Odisha Assembly Odisha Politics Jaynarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ