’ସିନ୍ଦୂର ଫରୁଆରେ ମୁଖ୍ୟମନ୍ତ୍ରୀ’ : ମମିତା ହତ୍ୟା ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ

ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ

କୁଆଡ଼େ ଗଲା ପଶ୍ଚିମ ଓଡ଼ିଶା ବିଜେଡ଼ି ନେତା?

News Summary

କହିଲେ, ମମିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭେଟନ୍ତୁ

ପଶ୍ଚିମ ଓଡ଼ିଶାର ଜଣେ ବି ବିଜେଡି ନେତା କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର : ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ହେଲେ ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ । ଏହାଛଡ଼ା କାହିଁକି ପଶ୍ଚିମ ଓଡ଼ିଶାବାସୀଙ୍କୁ PMAYରୁ ବଞ୍ଚିତ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମମିତାଙ୍କ ପରିବାରକୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଯିବାର ଆବଶ୍ୟକତା ରହିଛି । ଏହାସହ ଅଭିଯୁକ୍ତଙ୍କ ମୋବାଇଲ ରେକର୍ଡ ମଧ୍ୟ ଯାଂଚ କରିବା ଜରୁରୀ । ଏପରି ସ୍ଥିତିରେ ଦୁଃଖର କଥା ହେଲା ମମିତା ଘଟଣାରେ ପଶ୍ଚିମ ଓଡ଼ିଶାର ଜଣେ ବି ବିଜେଡି ନେତା ମୁହଁ ଖୋଲୁନାହାନ୍ତି । ଏହା ସେମାନଙ୍କ ମୌନେ ସମ୍ମତି ଲକ୍ଷଣ ଭଳି ଲାଗୁଛି । ଘଟଣାର ସିବିଆଇ ତଦନ୍ତ କରାଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି ଜୟନାରାୟଣ । ସେହିପରି ମମିତା ମେହେରା ଘଟଣାକୁ ଡାଇଭର୍ଟ କରିବାକୁ ଶାସକ ଦଳ ଦରବୃଦ୍ଧି ପ୍ରହସନ ଆରମ୍ଭ କରିଥିବା କହିଛନ୍ତି ବିଜେପି ନେତା ।

ସେପଟେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ସିନ୍ଧେକେଲା ପୋଲିସ । ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା । ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା । ମମିତାଙ୍କୁ ହତ୍ୟାକରି ମହାଲିଙ୍ଗ ଷ୍ଟାଡିୟମରେ ଗାତ ଖୋଳି ପୋତିଦେଇଥିଲା । ତେବେ ଜେସିବି ଡ୍ରାଇଭର ଗାତ ଖୋଳିବା ଓ ପୋତିବା କାମ କରିଥିଲେ ତଥାପି ତାଙ୍କୁ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହି ପୋଲିସ ଛାଡ଼ିଦେବା ସହ ସାକ୍ଷୀ କରିଛି ।