Advertisment

ଦଳ ଛାଡିବେ କି ବିଜେପି ନେତା ଜଗନ୍ନାଥ ପ୍ରଧାନ ?

ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ? ଖୋଲାଖୋଲି ଅସନ୍ତୋଷ ଜାହିର କଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।

ଅଦ୍ୟତନ ହୋଇଛି
ଦଳ ଛାଡିବେ କି ବିଜେପି ନେତା ଜଗନ୍ନାଥ ପ୍ରଧାନ ?

BJP leader Jagannath Pradhan

Advertisment

ଭୁବନେଶ୍ୱର: ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ? ଖୋଲାଖୋଲି ଅସନ୍ତୋଷ ଜାହିର କଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ।  ଆଜି ଓଟିଭିକୁ ଦେଇଥିବା ପ୍ରତିକ୍ରିୟାରେ ସେ ଅସନ୍ତୁଷ୍ଟ ଥିବା ସ୍ୱୀକାର କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନେଇ ସେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଆଉ ଏହାର ସମାଧାନ ନେଇ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ମଧ୍ୟ ସେ ଜଣାଇଛନ୍ତି। ଜଗନ୍ନାଥ କହିଛନ୍ତି, ରାଜ୍ୟ ସଭାପତି ଗତକାଲି ଏ ସମ୍ପର୍କରେ ଡାକି ଆଲୋଚନା କରିଛନ୍ତି ଓ ୨ ଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।  

Advertisment

ସେହିପରି ଭୁବନେଶ୍ୱର ଉତ୍ତରର ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ଦାସଙ୍କୁ ଭେଟିଥିବା ପ୍ରଶ୍ନରେ ଜଗନ୍ନାଥ କହିଛନ୍ତି, ଏଥିରେ ଲୁଚାଚୋରା କିଛି ନାହିଁ।  ଏକଥା ସଭାପତିଙ୍କୁ ବି ଜଣାଇଛନ୍ତି। ସୁଶାନ୍ତ ତାଙ୍କ ପୁରୁଣା ବନ୍ଧୁ ଓ ତାଙ୍କ ସହ ଆଲୋଚନାରେ କୌଣସି ଅସୁବିଧା ନାହିଁ। 

ସେପଟେ ପିସିସି କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି ଦଳ ଛାଡ଼ି ବିଜେଡି ଶିବିରରେ ମିଶିବେ ବୋଲି ଗତ କିଛିଦିନ ହେଲା ଚର୍ଚ୍ଚା ହେଉଛି। ନିଜ ଜେଜେବାପା ଓ ବାପାଙ୍କ ଭଳି ସେ ବିଜେଡି ରାଜନୀତିରେ ସାମିଲ ହେବେ ବୋଲି ଚର୍ଚ୍ଚା ଲାଗି ରହିଛି। ହେଲେ ଏଭଳି ଏକ ଚର୍ଚ୍ଚାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ପିସିସି କାଯର୍ୟକାରୀ ସଭାପତି ପ୍ରଦୀପ ମାଝି। ସେ କହିଛନ୍ତି, କଂଗ୍ରେସ ଛାଡ଼ିବା ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ। ଏହାର କୌଣସି ସତ୍ୟତା ନାହିଁ।  ଏଭଳି ଚର୍ଚ୍ଚାକୁ ନିନ୍ଦା କରୁଛି।

Advertisment
Bhubaneswar Odisha BJP BJP Leader Jagannath Pradhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ