BJP leader Biranchi Tripathy
ବିଜେପି ନେତା ବିରଞ୍ଚି ତ୍ରିପାଠୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବେଳେ, ହଠାତ ଦୁର୍ବୃତ୍ତ ମାନେ ଆସି ଢେଲା ମାଡ଼ କରିଥିଲେ । ଢେଲା ମାଡରେ ବିଜେପି କାର୍ଯ୍ୟାଳୟରେ କାଚ ଭାଙ୍ଗି ଯାଇଛି । ଉପସ୍ଥିତ କର୍ମୀମାନେ ଦୁର୍ବୃତ୍ତ ମାନଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି । ଏନେଇ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ।....
ବିରଞ୍ଚି କହିଛନ୍ତି, ଦୁଇ ଜଣ ମନ୍ତ୍ରୀ ପାର୍ଟି ଅଫିସ୍ରୁ ଯିବାପରେ ରାତି ପାଖାପାଖି ୮ଟା ସମୟରେ ୨ଜଣ ପିଲା ଖୁବ୍ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ପାଟିତୁଣ୍ଡ କରି ଅଫିସ୍ ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ । ବିଜେପିର ଜଣେ କାର୍ଯ୍ୟକର୍ତ୍ତା ସ୍ୱୟଂସେବକ ରାୟଙ୍କ ଉପରକୁ ମଧ୍ୟ ପଥର ଫିଙ୍ଗିବା ସହ ଆକ୍ରମଣ କରିଥିଲେ । ପରିବର୍ତ୍ତୀ ସମୟରେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ମିଳିତ ଭାବରେ କାବୁ କରିଥିଲେ । ହେଲେ ଭୁଲ ମାଗିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ।
ହେଲେ ପରେ ରାତି ୧୧ଟା ସମୟରେ ପୁଣି ୨ଜଣ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଉପରକୁ ପଥର ମାଡ଼ କରିଥିଲେ । ଏନେଇ ତୁରନ୍ତ ପିସିଆରକୁ ଫୋନ କରି ଜଣାଇଥିଲେ କର୍ମୀମାନେ । ପୋଲିସ ପହଞ୍ଚିବା ପରେ କାର୍ଯ୍ୟାଳୟ ବାହାରେ ଠିଆ ହୋଇଥିଲେ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ । ହେଲେ ଏହି ସମୟରେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପୁଣି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଉପରକୁ ପଥରମାଡ଼ କରିଥିଲେ । ବିଜେପି କାର୍ଯ୍ୟାଳୟକୁ ଉଡ଼ାଇଦେବୁ ବୋଲି ଧମକ ଦେଇଥିଲେ । ପରେ ସେମାନଙ୍କୁ ପୋଲିସ କାବୁ କରି ନେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685941574.jpg)