Advertisment

ମମିତା ହତ୍ୟା ଘଟଣା: ତୃତୀୟ ମହଲାକୁ ସିଲ୍‌ କଭରରେ ସବୁ ଦେଇସାରିଛି ପୋଲିସ୍‌: ବିଜୟ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି

BJP leader Bijoy Mohapatra

BJP leader Bijoy Mohapatra

Advertisment

ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କିଛି ଟେଲିଫୋନ୍ କଲ୍ ରେକର୍ଡ ପୋଲିସକୁ ମିଳିଛି ବୋଲି କହିବା ସହ ପୋଲିସ ଏହାକୁ ସିଲ୍ କଭରରେ ତୃତୀୟ ମହଲକୁ ଦେଇସାରିଛି ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରେସମିଟ୍‌ କରି କହିଛନ୍ତି। ମନ୍ତ୍ରୀଙ୍କ ସମସ୍ତ କଲ୍ ରେକର୍ଡ ଯାଞ୍ଚ ହେଉ ବୋଲି ସେ ଦାବି ମଧ୍ୟ କରିଛନ୍ତି।

Advertisment

ଏହାସହ ମହାଲିଙ୍ଗ ଘଟଣାରେ କିଛି ଅଣଓଡ଼ିଆ ଅଫିସର ସମ୍ପୃକ୍ତ ଥିବା ନେଇ ଅଭିଯୋଗ ଆଣିବା ସହ ସେମାନଙ୍କ ରିପୋର୍ଟକୁ ପୋଲିସ ଚାପି ଦେଇଥିବା ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ମନ୍ତ୍ରୀ ନୁହେଁ ବରଂ ରାଜ୍ୟର କିଛି ପ୍ରଭାବଶାଳୀ ଲୋକେ ମହାଲିଙ୍ଗ ଯାଉଥିବା ନେଇ ସେ କହିଛନ୍ତି। ଏହାସହ କାହିଁକି ଟିଆଇ ପରେଡ୍ କରାଯାଉନି, DIG ଓ SP କେସକୁ ଅଧିକ ଦୁର୍ବଳ କରୁଛନ୍ତି ବୋଲି କହିଛନ୍ତି ବିଜୟ। ବିଜୟ ଆହୁରି ମଧ୍ୟ କହିଛନ୍ତି ମମିତାଙ୍କ ହତ୍ୟା ତଦନ୍ତ ଯେମିତି ହେଉଛି ତାହାକୁ ଦେଖିଲେ ବଲାଙ୍ଗିର ଓ କଳାହାଣ୍ଡିରେ ଫିଲ୍ମ ସୁଟିଂ ହେଉଥିବା ପରି ମନେ ହେଉଛି।

Advertisment
Odisha Police Bijoy Mohapatra BJP Politics Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ