Advertisment

ପଞ୍ଚାୟତ ନିର୍ବାଚନରେ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି; ରି-ପୋଲିଂ ପାଇଁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଥିବା ଅଭିଯୋଗ ।

ଅଦ୍ୟତନ ହୋଇଛି
BJP Leader Bijoy Mohapatra On Error In Ballot Paper Folding By Polling Officials In Kendrapara

BJP Leader Bijoy Mohapatra On Error In Ballot Paper Folding By Polling Officials In Kendrapara

Advertisment

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଭୋଟ୍। ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି। ହେଲେ ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଥିବା ଅଭିଯୋଗ କରାଯାଇଛି । ପୋଲିଂ ପାର୍ଟି ଫୋଲ୍ଡିଂରେ ତ୍ରୁଟି କରିଥିବା ସ୍ୱୀକାର କରିଛନ୍ତି । ତ୍ରୁଟି ଯୋଗୁଁ କେବଳ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପରେ ରି-ପୋଲିଂ କରାଯିବ ପ୍ରକଳ୍ପ ନିର୍ଦ୍ଦେଶକ ନିଷ୍ପତ୍ତି ନେଇଛନ୍ତି । ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପୋଲିଂ ଜାରି ରହିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Advertisment

ସେପଟେ ଆଜି ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ମତଦାନ ହେଉଛି । ସିନାପାଲି ବ୍ଲକର ମାଓ ପ୍ରଭାବିତ ଅଂଚଳରେ ଲୋକେ ଉତ୍ସାହର ସହ ଆସି ଭୋଟ ଦେଉଛନ୍ତି । ମାଓ ପ୍ରଭାବିତ ଗୋର୍ଲା ପଞ୍ଚାୟତର ୬ ନମ୍ବର ବୁଥ୍ ବୈଜଳପୁରରେ ୧୫୫ ଜଣ ଭୋଟର ଭୋଟ ଦେଉଛନ୍ତି । ବୈଜଳପୁର ଗାଁର ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ରାଜ୍ୟର ମୋଟ୍ ୨୭ ଜିଲ୍ଲାର ୬୪ ବ୍ଲକରେ ଆଜିଭୋଟ୍ ହେଉଛି ।ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୨୫୪ ପଞ୍ଚାୟତରେ ଚାଲିଛି ମତଦାନ । ଏଥର ମଇଦାନରେ ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି । ସେହିପରି ଚତୁର୍ଥ ପଯର୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ । ଆଜି ୧୭ ହଜାର ୮୯ଟି ବୁଥ୍‌ରେ ମତଦାନ ହେଉଥିବା ବେଳେ ୨ ହଜାର ୫୬୩ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

Advertisment
Kendrapara Ballot Paper Folding Ballot Paper Error In Ballot Paper Folding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ