Advertisment

ରତ୍ନଭଣ୍ତାର ଖୋଲିବାରେ ଅସୁବିଧା କେଉଁଠି ?

‘ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି’।

Bijay Mohapatra

Bijay Mohapatra

Advertisment

ଆମିକସକ୍ୟୁରିଙ୍କ ଗସ୍ତ ପରେ ପୁଣି ଜୋର୍ ଧରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ସାମ୍ବାଦିକ ସମ୍ମିଳନୀ କରି ଦାବି ଉଠାଇଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ନିକଟରେ ଆମିକସକ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ । ସେ ମଧ୍ୟ ଅନୁଭବ କରିଛନ୍ତି ଯେ, ସୁରକ୍ଷା ଓ ମରାମତି ଦିଗରେ ଅବହେଳା ହୋଇଛି ।

Advertisment

ପୂର୍ବରୁ ୧୯୭୮, ୧୯୮୨  ଓ ୧୯୮୫ ମସିହାରେ ୩ ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ପ୍ରଭୁଙ୍କ ୧୨ ହଜାର ୮ଶହ ୩୮ ଭରି ସୁନା ଥିବା ମଧ୍ୟ ଆକଳନ କରାଯାଇଥିଲା । ଯଦି ସେ ସମୟରେ ରତ୍ନଭଣ୍ଡାର ଖୋଲାଯାଇପାରିଲା, ତେବେ ଏବେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆର ରହିଛି। ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ କାମ ଖୁବ୍ କମ୍। ତେଣୁ ଏଏସଆଇ ଠିକ୍ ଭାବେ କାମ କରିନାହିଁ ବୋଲି ସ୍ପଷ୍ଟ ହୋଇଛି।

ସେପଟେ ବିଜେଡି କହିଛି, ସରକାର ତତ୍ପର ଅଛନ୍ତି । ମନ୍ଦିର ପ୍ରଶାସନ, ରତ୍ନଭଣ୍ଡାର ସହ ସଂସ୍କାର ବାବଦରେ ସରକାର କହିସାରିଛନ୍ତି । ଏଣୁ ବିଜୟଙ୍କ ବୟାନର କୌଣସି ଯଥାର୍ଥତା ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାପାତ୍ର କହିଛନ୍ତି । ତେବେ କଂଗ୍ରେସର ପୂର୍ବତନ ପିସିସି ସଭାପତି କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ଗୁମର ଖୋଲିଯିବ । ମାତ୍ର ଜଗନ୍ନାଥ ପ୍ରେମୀ ଚାହୁଁଛନ୍ତି ରତ୍ନଭଣ୍ଡାର ଖୋଲୁ ।

Advertisment
BJP Bijay Mohapatra Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ