Advertisment

‘ବିଲ୍‌କୁ ସମର୍ଥନ କରିଛୁ, ବିଜେପିକୁ ନୁହେଁ’

ଦିଲ୍ଲୀ ବିଲ୍‌କୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ଲୋକସଭାରେ ପ୍ରତିକ୍ରିୟା ରଖିଲେ ସାଂସଦ ପିନାକୀ ମିଶ୍ର ।

ଅଦ୍ୟତନ ହୋଇଛି
MP Pinaki Mishra

MP Pinaki Mishra

Advertisment

ଦିଲ୍ଲୀ ବିଲ୍‌କୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ଅଯାଚିତ ସମର୍ଥନକୁ ସମାଲୋଚନା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପିନାକୀ ମିଶ୍ର ।  ଲୋକସଭାରେ ସେ କହିଛନ୍ତି ଯେ ‘ବିଲ୍‌କୁ ଆମେ ସାମ୍ବିଧାନିକ ଦୃଷ୍ଟିକୋଣରୁ ସମର୍ଥନ କରିଛୁ । ବିଜେପିକୁ ଆମେ ଖୋଲା ସମର୍ଥନ କରିନୁ । ରାଜ୍ୟରେ ବିଜେପି ଆମର ପ୍ରମୁଖ ବିରୋଧୀ । ଓଡ଼ିଶାରେ କଂଗ୍ରେସ ସଂପୂର୍ଣ୍ଣ ମୂଳପୋଛ ହୋଇଗଲାଣି । ଆମେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ରଖିଛୁ’ ।

Advertisment

ଗତକାଲି ଜାତୀୟସ୍ତରରେ ବିଜେଡିକୁ ତୀବ୍ର ସମାଲୋଚନା ପରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ସାସଂଦ ପିନାକୀ ମିଶ୍ର । ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍‌କୁ ଖୋଲାଖୋଲି ସମର୍ଥନ ଘୋଷଣା ପରେ ଜାତୀୟ ରାଜନୀତି ହଲ୍ ଚଲ୍। ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା, କାହିଁକି ମୋଦି ସରକାରକୁ ଆଖିବୁଜି ସପୋର୍ଟ କଲା ବିଜେଡି ? ସମଦୂରତା କଥା କହୁଥିବା ବିଜେଡି ଏଭଳି କରିବା ପଛର କାରଣ କଣ ? କୌଣସି ଚାପ ନା ଅନ୍ୟ କିଛି କାରଣ ରହିଛି ?

ମୋଦି ସରକାରକୁ ଖୋଲାଖୋଲି ସମର୍ଥନ ଘୋଷଣା ପରେ ଅଡୁଆରେ ବିଜେଡି । ଦଳର ଆଭିମୁଖ୍ୟକୁ କଡ଼ା ଭାଷାରେ ବିରୋଧୀଙ୍କ ନିନ୍ଦା । ଜାତୀୟ ସ୍ତରରେ ବି ବିଜେଡିକୁ ବିରୋଧୀ ମେଣ୍ଟର ଟାର୍ଗେଟ୍ । କେଉଁ ବାଧ୍ୟବାଧକତାରୁ ବିଜେଡି ସମର୍ଥନ କଲା, ସେନେଇ ଉଠିଲା ପ୍ରଶ୍ନ ।

Advertisment

ଦିଲ୍ଲୀ ସେବା ବିଲ୍ ସଂଘୀୟ ବ୍ୟବସ୍ଥାର ବିରୁଧାଚରଣ କରୁଥିବା ଅଭିଯୋଗ ହେଉଥିବା ବେଳେ କାହିଁକି ବିଜେଡିର ସମର୍ଥନ ? ଏଭଳି କିଛି ପ୍ରଶ୍ନ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ ମେଣ୍ଟର ପ୍ରମୁଖ ଦଳ। ଆପ୍, କଂଗ୍ରେସ୍ ଓ ଶିବସେନା- ଉଦ୍ଧବ ଗୋଷ୍ଠୀ ବିଜେଡି ଉପରେ ବର୍ଷିଛନ୍ତି। ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରିଛି, ସମ୍ବିଧାନ ବିରୋଧୀ ବିଲକୁ କାହିଁକି ବିଜେଡି ସମର୍ଥନ କଲା, କଣ ବାଧ୍ୟବାଧକତା ଅଛି ? ଯେଉଁମାନେ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି ସେମାନେ ରାଷ୍ଟ୍ର ବିରୋଧୀ ବୋଲି କହି କଡ଼ା ସମାଲୋଚନା କରିଛି ଆପ୍।

ସେପଟେ କେଉଁ ମେରିଟ୍‌ରେ ବି ଜେଡି ସମର୍ଥନ କଲା ବୋଲି କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍ ପ୍ରଶ୍ନ କରିଛନ୍ତି। ଶିବସେନା- ଉଦ୍ଧବ ଗୋଷ୍ଠୀର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଦିଲ୍ଲୀ ଭଳି ସ୍ଥିତି ଆଗକୁ ଅନ୍ୟ ରାଜ୍ୟର ବି ହେବ। ତେଣୁ ସେମାନେ ଏହି ବିଲ୍‌କୁ ବିରୋଧ କରିବା କଥା।

Advertisment
BJD Lok Sabha Odisha Politics MP Pinaki Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ