Advertisment

ବିଶ୍ୱନିଅନ୍ତାଙ୍କୁ ଭିକାରୀ କରିଦେଲା କି ସରକାର ? ଅସନ୍ତୋଷ ବଢ଼ାଉଛି ଅର୍ପଣ ରଥ..

ଗାଁଠୁ ସହର ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି। ଏଦୃଶ୍ୟ ହେଲା ଗଂଜାମ ଜିଲ୍ଲା ଖଲିକୋଟର। ଅର୍ପଣ ରଥ ଗାଡିରେ ନିର୍ମାଣ ପାଇଁ ବ୍ୟବହୃତ ପଟା ଓ ବଲହା ବୁହାଯାଉଛି।

ଅଦ୍ୟତନ ହୋଇଛି
undefined

Srimandir Parikrama Prakalpa

Advertisment

ଘନଉଛି ପରିକ୍ରମା ପ୍ରକଳ୍ପ ପଲିଟିକ୍ସ। ଗୋଟିଏ ପଟେ ଶାସକ ଦଳ ପୁରା ଦମରେ ଲାଗିପଡିଛି ଲୋକାର୍ପଣ ଉତ୍ସବର ସଫଳତା ପାଇଁ। ଅନ୍ୟପଟେ ପ୍ରକଳ୍ପ ଉତ୍ସବ ଲାଗି ନିମନ୍ତ୍ରଣ ସତ୍ତ୍ୱେ ବିରୋଧୀ କିନ୍ତୁ ଯିବାକୁ ଅମଙ୍ଗ। ତେବେ କାହିଁକି, ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଛନ୍ତି ବିରୋଧୀ? କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକଳ୍ପ ସମ୍ପର୍କିତ ତିନିଟି ପ୍ରସଙ୍ଗ ଉଠାଇ ବିଜେଡି ସରକାର ଉପରେ ବର୍ଷିଛନ୍ତି।

Advertisment

ସେ କହିଛନ୍ତି, ଗୋମାଂସ ଭକ୍ଷଣକାରୀ କାମିୟା ଜାନିଙ୍କ ଦ୍ୱାରା ମହାପ୍ରସାଦର ପ୍ରଚାର କରାଯିବା ସହ ତାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଗଲା। ମନ୍ଦିର ଫାଟ ମରାମତି ବଦଳରେ ଶୌଚାଳୟ ଉଦଘାଟନ ଉତ୍ସବକୁ ଗୁଆ ଦେଇ କିପରି ନିମନ୍ତ୍ରିତ କରାଯାଉଛି? ଏବଂ ଶେଷରେ ଅର୍ପଣ ରଥରେ ମହାପ୍ରଭୁଙ୍କୁ ବସାଇ ଚାଉଳ ଗୁଆ ମାଗି ଜଗନ୍ନାଥଙ୍କୁ କାହିଁକି ଭିକାରୀ ସଜେଇଲେ ସରକାର? ଏଭଳି ସାଂଘାତିକ ତ୍ରୁଟି ପାଇଁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ବିଜୟ।  ସେପଟେ ପରିକ୍ରମା ପ୍ରକଳ୍ପକୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମ କହି ଶାସକ ଦଳକୁ କଡା ସମାଲୋଚନା କରିଛି ବିଜେପି। ବିଜେଡିର ଜବାବ ପରିକ୍ରମା ପ୍ରକଳ୍ପକୁ ନେଇ କୌଣସି ରାଜନୀତି ହେଉନି।

ସେପଟେ ଗାଁଠୁ ସହର ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି। ଏଦୃଶ୍ୟ ହେଲା ଗଂଜାମ ଜିଲ୍ଲା ଖଲିକୋଟର। ଅର୍ପଣ ରଥ ଗାଡିରେ ନିର୍ମାଣ ପାଇଁ ବ୍ୟବହୃତ ପଟା ଓ ବଲହା ବୁହାଯାଉଛି। ଆଉ ଏଠି ରଥ ବଦଳରେ ବିଶ୍ୱନିୟନ୍ତାଙ୍କ ପ୍ରତିମୂର୍ତ୍ତିକୁ ହାତରେ ବୋହି ବୋହି ଘରକୁ ଘର ବୁଲୁଛନ୍ତି ଆଉ ଚାଉଳ ସଂଗ୍ରହ କରାଯାଉଛି। ଖାଲି ସେତିକି ନୁହେଁ ଧନଦାତ୍ରୀଙ୍କ ସ୍ୱାମୀଙ୍କୁ ଟଙ୍କାର ମାଳ ପିନ୍ଧାଯାଉଛି। ପଟ୍ଟମୁଣ୍ଡାଇ ବ୍ଲକ୍ ଦିହୁଡିପୁର ପଞ୍ଚାୟତରେ ଅର୍ପଣ ରଥକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ ରଥ ଆଗରେ ଶୋଇ ପ୍ରତିବାଦ ଜଣାଇଥିଲେ। ପ୍ରଶାସନ ଓ ସରପଞ୍ଚଙ୍କ ଭିତରେ ବିବାଦ ଲାଗି ଏଭଳି ପରିସ୍ଥିତି ଉପୁଜିଥିଲା। ଭୋଗରାଇ ବ୍ଲକ୍ ଗୋଛିଦା ତେଘରି ପଞ୍ଚାୟତରେ ଜଗନ୍ନାଥଙ୍କ ବଦଳରେ ନବୀନ ଓ ପାଣ୍ଡିଆନ୍‌ଙ୍କ ଫଟୋ ରଥରେ ଲାଗିଥିବାରୁ ସାମାନଦୀପୁର ଗ୍ରାମବାସୀ ରଥକୁ ବିରୋଧ କରିଥିଲେ।

Advertisment

ଯିଏ ସାରା ବିଶ୍ୱର ମହାନାୟକ ଆଜି ସେ ରାଜନୀତିର ପଶାପାଲିର ଗୋଟି। ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କୁ ନେଇ ଆରମ୍ଭ ହୋଇଥିବା ରାଜନୀତି ଯେ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଛି ସେଥିରେ ଦ୍ୱିମତ ନାହିଁ।

BJD Srimandir Parikrama Project Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ