‘ଆମେ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିବୁ, ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ ।

BJP Team Meet

ଭୁବନେଶ୍ୱର: ଚାରି ଦଫା ଦାବି ନେଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲା ବିଜେପି ବିଧାୟକ ଦଳ । ନିର୍ଦ୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରିବା, ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଗୃହକୁ ନ ଆସିବା, ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପ୍ରତିବାଦ ସମୟରେ ପୋଲିସ ବିରୋଧୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ବିରୋଧୀ । ଏଥିସହ ମମିତା ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ନେଇ ପୁଣି ଥରେ ଦାବି କରିଛି ବିଜେପି ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ । ରାଜ୍ୟପାଳଙ୍କୁ ଭେଟିବା ପରେ ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ିବେ ବୋଲି ସେ କହିଛନ୍ତି । ରାଜ୍ୟକୁ ରକ୍ଷା କର ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅ । ସାଢେ ଚାରି କୋଟି ଓଡ଼ିଆଙ୍କୁ ସୁରକ୍ଷା ଦିଅ । ବିଶେଷ କରି ମାଆ ମାନଙ୍କୁ ସୁରକ୍ଷା ଦିଅ ବୋଲି ଗୁହାରି କରିବା ସହ ଜଗନ୍ନାଥ ଛଡା ଆଉ କେହି ନାହାନ୍ତି ବୋଲି ବିଷ୍ଣୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯାଉଛନ୍ତି ଓ ହକି ମ୍ୟାଚ୍ କାର୍ଯ୍ୟକ୍ରମକୁ ଯାଉଛନ୍ତି । କିନ୍ତୁ ବିଧାନସଭାର ପବିତ୍ର ଗୃହକୁ ଆସି ପାରୁନାହାନ୍ତି । ଯାହାକୁ ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିବା କହିଛନ୍ତି ବିଷ୍ଣୁ ସେଠୀ ।