Advertisment

ଡରୁଛି କି BJD ? ମହିଳା ଭୋଟ ବ୍ୟାଙ୍କ ପାଇଁ ଭଣ୍ଡାର ଖୋଲି ଦେଲେ ନବୀନ !

ମହିଳା ଭୋଟ୍‌କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ?

ଅଦ୍ୟତନ ହୋଇଛି
undefined

SHG Groups

Advertisment

ରାଜ୍ୟ ତହବିଲରୁ ଖର୍ଚ୍ଚ ହେବ ୭୩୦ କୋଟି। ଡ୍ରେସ୍ ଆଉ ବ୍ଲେଜର ପିନ୍ଧିବେ SHG ସଦସ୍ୟା। ଡ୍ରେସ୍ ପାଇଁ ଦେବେ ହଜାରେ ଟଙ୍କା। ଆଉ ଦେଢ ଲକ୍ଷ କମ୍ୟୁନିଟି ଷ୍ଟାଫ୍‌ଙ୍କୁ ବ୍ଲେଜର ବାବଦକୁ ମିଳିବ ୨ ହଜାର ଟଙ୍କା। ମିଶନ ଶକ୍ତିର ୭୦ ଲକ୍ଷ ମହିଳାଙ୍କୁ ଖୁସି କରିବାକୁ ସରକାରଙ୍କ ଏହି ଉଦ୍ୟମ କହି ଘେରିଛନ୍ତି ବିରୋଧୀ। ଅନ୍ୟପଟେ ଦରମା ବଢାଇବେ କହି ଡ୍ରେସ୍ ଧରେଇ ଭଣ୍ଡେଇ ଦେଲେ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି SHG କମ୍ୟୁନିଟି ଷ୍ଟାଫ୍।

Advertisment

ମହିଳା ଭୋଟ୍‌କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ? ଗତକାଲି କ୍ୟାବିନେଟ୍ ଡାକି ୟୁନିଫର୍ମ ବାବଦକୁ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ପ୍ରାୟ ୭୦ ଲକ୍ଷ ସଦସ୍ୟା ପାଇବେ ଏହି ସହାୟତା।

ସେହିପରି ଦେଢ ଲକ୍ଷ କାର୍ଯ୍ୟନିର୍ବାହୀ କମିଟି ଏବଂ ପରିଚାଳନା କମିଟି ସଦସ୍ୟାଙ୍କୁ ବ୍ଲେଜର କିଣିବାକୁ ୨ ହଜାର ଲେଖାଁଏ ଦେବେ ସରକାର। ଏହି ଟଙ୍କା ସିଧାସଳଖ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ଆକାଉଣ୍ଟକୁ ଯିବ। ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ହେଲେ ପ୍ରଶ୍ନ ଉଠୁଛି ନିର୍ବାଚନ ବେଳେ କାହିଁକି ସରକାରଙ୍କ ଏ ୟୁନିଫର୍ମ ପରିକଳ୍ପନା। ନା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେଇ ମିଶନଶକ୍ତି ମହିଳାଙ୍କୁ ନିଜ ପାଖରେ ରଖିବାକୁ ଷ୍ଟ୍ରାଟେଜି ? ଯାହାକୁ ନେଇ ତେଜିଛି ରାଜନୀତି। ସରକାରଙ୍କୁ ବିରୋଧୀ କଡା ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ବିଜେଡି। ଏପଟେ କିନ୍ତୁ ଗତକାଲିର କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ବି ଖୁସି ନାହାନ୍ତି କମ୍ୟୁନିଟି ଷ୍ଟାଫ୍।

Advertisment

ଭରା ମଞ୍ଚରେ ଦରମା ବଢିବ ବୋଲି ପ୍ରତିଶ୍ରୁତି ଦେଲେ, ହେଲେ ଶେଷରେ ଡ୍ରେସ୍ ଧରେଇଦେଲେ। ଯାହାକୁ ନେଇ MBK, CRP, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଭଳି କମ୍ୟୁନିଟି ଷ୍ଟାଫମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ସ୍କୁଟି ଦେଲେ ହେଲେ ତେଲ ପକାଇବାକୁ ପଇସା ନାହିଁ, ଡ୍ରେସ ଆଉ ବ୍ଲେଜରରୁ କଣ ମିଳିବ ବୋଲି କହିଛନ୍ତି ମିଶନ ଶକ୍ତି ସଦସ୍ୟମାନେ।

ଏହା ପୂର୍ବରୁ ମିଶନ ଶକ୍ତି ମହିଳାଙ୍କ ପାଇଁ ବିନା ସୁଧରେ ଋଣଠୁ ଆରମ୍ଭ କରି ସ୍କୁଟି ଯୋଜନା, ପୁଣି ମିଶନ ଶକ୍ତି କାଫେ ପାଇଁ ମାଗଣା ଗୃହ ଭଳି ଅନେକ ଯୋଜନା କରିଛି ବିଜେଡି ସରକାର। କୁହାଯାଉଛି ଏସବୁ କସରତ କେବଳ SHG ଭୋଟ ବ୍ୟାଙ୍କ ଅତୁଟ ରଖିବାକୁ। କାହିଁକି ନା ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିବା ସହ ତାକୁ ଗ୍ରାଉଣ୍ଡସ୍ତରରେ ପହଞ୍ଚାଇବା ପାଇଁ ଶକ୍ତି ବନ୍ଦନ କର୍ମଶାଳା ଜାରି ରଖିଛି ବିଜେପି। ଏହାସହ SHGଙ୍କ ପାଇଁ କେନ୍ଦ୍ର ସରକାରଙ୍କ ୩ ଲକ୍ଷ ଡ୍ରୋନ ଦିଦି, ଲକ୍ଷପତି ଦିଦି ଭଳି ଯୋଜନା ସହ ଛାଡ଼ ହେଉଥିବା ସୁଧର ୭ ପ୍ରତିଶତ କେନ୍ଦ୍ର ବହନ କରୁଛି। ଏହାକୁ କାଉଣ୍ଟର କରିବାକୁ ୟନିଫର୍ମ ଷ୍ଟ୍ରାଟେଜି ବୋଲି କୁହାଯାଉଛି।

Advertisment
BJD Odisha Politics 2024 General Election SHG Groups
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ