Advertisment

ନିର୍ବାଚନ ପ୍ରଚାର ବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ନେତା, ଭାଇରାଲ ହେଲା ଫଟୋ...

ସଂପୃକ୍ତ ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି ।

ଅଦ୍ୟତନ ହୋଇଛି
kisses woman during campaign

kisses woman during campaign

Advertisment

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ୍‌ ସୋ’ କରି ଭୋଟ୍‌ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ୍‌ ଭିକ୍ଷା କରୁଛି । ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ଜଣେ ବିଜେପି ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି । ଏହି ଅଞ୍ଚଳରେ ବିଜେପି ପ୍ରାର୍ଥୀ ନିର୍ବାଚନ ପ୍ରଚାର ସମୟରେ ଜଣେ ଝିଅକୁ ଚୁମ୍ବନ ଦେଇଥିବା ଅଭିଯୋଗ ହୋଇଛି ।

Advertisment

ବିଜେପି ପ୍ରାର୍ଥୀ ମହିଳାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପଶ୍ଚିମବଙ୍ଗ ରାଜନୀତିରେ ଏହି ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି କରିଛି । ତେବେ ବିବାଦ ବଢ଼ିବା ପରେ ଏବେ ବିଜେପି ପ୍ରାର୍ଥୀ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିବା ସହ ସେହି ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ତଥା ତାଙ୍କ ଝିଅ ବୋଲି କହିଛନ୍ତି।

ସୂଚନାନୁସାରେ, ଏହି ଘଟଣା ଉତ୍ତର ମାଲଦାର ଶ୍ରୀହିପୁର ଗ୍ରାମରେ ଘଟିଛି । ଏଠାରୁ ବିଜେପି ଖାଗେନ ମୁର୍ମୁଙ୍କୁ ଟିକେଟ ଦେଇଛି। ଏହି ଘଟଣାରେ ଟିଏମସି ଜିଲ୍ଲା ଉପାଧ୍ୟକ୍ଷ ଦୁଲାଲ ସରକାର କହିଛନ୍ତି ଯେ ଏହି ଫଟୋ ଭାଇରାଲ ହୋଇଛି। ଏଥିରେ ମାଲଦା ଉତ୍ତର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ତଥା ସାଂସଦ ଖୋଲାଖୋଲି ଭାବେ ଜଣେ ଝିଅକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ପଶ୍ଚିମବଙ୍ଗ ସଂସ୍କୃତି ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ଟିଏମସି ନେତା ଦୁଲାଲ ସରକାର କହିଛନ୍ତି, 'ଯଦି ଭୋଟ୍ ମାଗିବାବେଳେ ଏପରି ଘଟଣା ଘଟେ, ତେବେ ଜିତିବା ପରେ ସେମାନଙ୍କର ମାନସିକତା କ’ଣ ହେବ ? ଲୋକମାନେ ଏହା ସ୍ଥିର କରିବେ’।

Advertisment

ବିବାଦ ବଢ଼ିବା ପରେ ଖାଗେନ ମୁର୍ମୁ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ‘ଫଟୋଗ୍ରାଫକୁ ବିକୃତ କରି ଦଳ ତଥା ବ୍ୟକ୍ତିବିଶେଷଙ୍କୁ ବଦନାମ କରାଯାଉଛି । ଏହି ଘଟଣା ପରେ ମାଲଦା ସାଇବର କ୍ରାଇମ ପୋଲିସ ଷ୍ଟେସନରେ ତୃଣମୂଳ କଂଗ୍ରେସ ବିରୋଧରେ ଅଭିଯୋଗ ଦାଖଲ କରାଯିବ । ସେହି ଝିଅଟି ମୋ ପାଇଁ ପିଲା ପରି ଏବଂ ପିଲାକୁ ଚୁମ୍ବନ ଦେବା ଭୁଲ ନୁହେଁ’ ବୋଲି କହିଛନ୍ତି ଖାଗେନ ମୁର୍ମୁ ।

ସେପଟେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଉକ୍ତ ଝିଅର ମଧ୍ୟ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ‘ଯେଉଁ ସମୟରେ ଏହି ଘଟଣା ଘଟିଛି ସେହି ସମୟରେ ମୋ ବାପା-ମା’ ମଧ୍ୟ ଉପସ୍ଥିତ ଥିଲେ । ଖାଗେନ୍ ବାବୁ ଆମର ସମ୍ପର୍କୀୟ । ସେ ପିଲାଦିନରୁ ମୋତେ ଦେଖିଛନ୍ତି ଏବଂ ମୋତେ ଝିଅ ଭଳି ଭଲ ପାଆନ୍ତି । l ସେ ଆହୁରି କହିଛନ୍ତି କି ସୋସିଆଲ ମିଡିଆରେ ଏଭଳି ଘଟଣା ଭାଇରାଲ କରୁଥିବା ଲୋକମାନଙ୍କ ମାନସିକତା ଖରାପ ।

Advertisment
West Bengal TMC BJP Candidates General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ