Advertisment

BJP-BJD ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା କେବେ ? ଦ୍ୱନ୍ଦ୍ୱରେ ଦୁଇ ଦଳର ନେତା-କର୍ମୀ

କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ ।

undefined

BJP-BJP

Advertisment

ଗୁମ୍ ଓଡ଼ିଶା ରାଜନୀତି। ମେଣ୍ଟ ସମ୍ଭାବନାକୁ ନେଇ ଆଜି ବି ସସପେନ୍ସ। ନେତାଙ୍କ ଭିତରେ ଅସମ୍ଭବ ନିରବତା। ଅଧିକାଂଶଙ୍କ ନିଦ ହଜି ଯାଇଛି। ଆଉ କେହି କେହି କହିବାକୁ ଚାହିଁ ବି କିଛି କହି ପାରୁନାହାନ୍ତି। ଗତକାଲି ଦୁଇ ଦଳର ବୈଠକରେ ମେଣ୍ଟ ନେଇ ଆଲୋଚନା, ମେଣ୍ଟ ସମ୍ଭାବନାକୁ ଏକ ପ୍ରକାର ସ୍ପଷ୍ଟ କରିଦେଇଛି। ହେଲେ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସି ନଥିବାରୁ ଜାରି ରହିଛି ରାଜନୈତିକ କଳ୍ପନାଜଳ୍ପନା। ଯଦିଓ ଦୁଇ ଦଳର ନେତା ଉଭୟ ଦଳର ଶୀର୍ଷ ନେତୃତ୍ୱଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।

Advertisment

ଗତକାଲି ନବୀନ ନିବାସ ବୈଠକ ପରେ ମେଣ୍ଟ ନେଇ ଆଲୋଚନା ହୋଇଥିବା ସହ ରାଜ୍ୟ ସ୍ୱାର୍ଥ ପାଇଁ ଦଳ ଯେକୌଣସି ନିଷ୍ପତ୍ତି ନେଇପାରେ ବୋଲି କହିଥିଲେ ବିଜେଡି ନେତା। ଅନ୍ୟପଟେ ଦିଲ୍ଲୀରେ ମଧ୍ୟ ବିଜେପି କୋର୍ ଟିମ ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ମେଣ୍ଟ ନେଇ ଆଲୋଚନା ହୋଇଥିବା ସ୍ପଷ୍ଟ କରିଥିଲେ ସାଂସଦ ଜୁଏଲ ଓରାମ। ଏହା ସହ ରାଜ୍ୟ ବିଜେପି ପକ୍ଷରୁ ଏକାକୀ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ମଧ୍ୟ ସୂଚନା ଦେଇଥିଲେ।

ତେବେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ଆଜି ବି ସମାନ ମନ୍ତବ୍ୟ ଦୋହରାଇଛନ୍ତି ଦୁଇ ଦଳର ନେତା। ଏପଟେ କିନ୍ତୁ ଦିଲ୍ଲୀ ଛାଡୁ ନାହାନ୍ତି ରାଜ୍ୟ ବିଜେପି ନେତୃତ୍ୱ। ଆଜି ପୁଣି ଦିଲ୍ଲୀରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଘରେ ବସିଥିଲା ବିଜେପି ରାଜ୍ୟ ନେତାଙ୍କ ବୈଠକ।

Advertisment

ପ୍ରଶ୍ନ ହେଉଛି ଯଦି ମେଣ୍ଟ ନେଇ ଆଲୋଚନା ଚାଲିଛି ତାହେଲେ କାହିଁକି ବିଳମ୍ବ ହେଉଛି ? କୁହାଯାଉଛି, ଯଦିଓ ଶୀର୍ଷ ସ୍ତରରେ ନିଷ୍ପତ୍ତି ସରିଛି ହେଲେ ଗ୍ରାଉଣ୍ଡ ନେତା ନିଷ୍ପତ୍ତିରେ ସେତେଟା ସହମତି ପ୍ରକାଶ କରୁନାହାନ୍ତି। ଏମିତି କି ରାଜ୍ୟ ବିଜେପି ମେଣ୍ଟ ନକରିବାକୁ ଅଡି ବସିଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେଡିରେ ମଧ୍ୟ କିଛି ନେତା ରାଜି ହେବା ପାଇଁ କେତେକ ସର୍ତ୍ତ ରଖିବାକୁ ସୁପ୍ରିମୋଙ୍କୁ ମତ ଦେଇଛନ୍ତି। 

କୁହାଯାଉଛି ଯେହେତୁ ମେଣ୍ଟ ଭାଙ୍ଗିବା ପରେ ୨୦୦୯, ୧୪ ଓ ୧୯ରେ ବିଜେଡି ଏକାକୀ ଲଢି ସବୁବେଳେ ୧୦୦ରୁ ଅଧିକ ଆସନ ଦଖଲ କରିଛି। ତେଣୁ ସିଟ୍ ମ୍ୟାନେଜମେଣ୍ଟରେ ବିଧାନସଭାରେ ଅତି କମରେ ୧୦୦ ରଖିବାକୁ ମତ ପ୍ରକାଶ ପାଇଛି। ହେଲେ ପ୍ରଶ୍ନ ଏହି ଫର୍ମୁଲାରେ ରାଜି ହେବ ତ ବିଜେପି। ଏହା ସହ ମେଣ୍ଟ ହେଲେ କେଉଁ ସିଟ୍ କାହା ଭାଗରେ ପଡିବ ତାକୁ ନେଇ ଦୁଇ ଦଳର ନେତାମାନଙ୍କ ମନରେ ଦ୍ବନ୍ଦ୍ୱ ଥିବାରୁ ସହମତି ପାଇଁ ମଧ୍ୟ କେଉଁଠି ନା କେଉଁଠି କୁଣ୍ଠାବୋଧ ରହିଛି।

Advertisment

ଏସବୁ ଭିତରେ ୧୨ ତାରିଖକୁ ନେଇ ଚର୍ଚ୍ଚା ଆଗକୁ ବଢିଛି। ସେହିଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ ବୋଲି କୁହାଯାଉଛି। ସେତେଦିନ ଯାଏଁ ହୁଏତ ଏମିତି ସସ୍ପେନ୍ସ ଲାଗି ରହିଥିବ।

BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ