Advertisment

ଦିଲ୍ଲୀରେ ମୋଦି-ଶାହଙ୍କୁ ଭେଟିଲେ ହରିୟାଣା ମୁଖ୍ୟମନ୍ତ୍ରୀ, ଦଶହରାରେ ଦ୍ବିତୀୟ ଥର ନେଇପାରନ୍ତି ଶପଥ

ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଖୁବଶୀଘ୍ର ବିଧାୟକ ଦଳ ଓ ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବାକୁ ଥିବା ବେଳେ, ନାୟବ ସିଂ ସୈନି ପୁଣି ସିଏମ୍ ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
undefined

Haryana Election

Advertisment

ହରିୟାଣାରେ ହାଟ୍ରିକ୍ ବିଜୟ ପରେ ସରକାର ଗଠନ କସରତ । ବିଜେପି ଶୀର୍ଷ ନେତୃତ୍ବଙ୍କୁ ଭେଟିଲେ ସିଏମ୍ ନାୟବ ସିଂ ସୈନି । ଦଶହରାରେ ସୈନି ପୁଣିଥରେ ନେଇପାରନ୍ତି ମୁଖ୍ୟମନ୍ତ୍ରୀ ଶପଥ । ବିଧାନସଭା ନିର୍ବାଚନର ମାତ୍ର ୨ ଶହ ଦିନ ପୂର୍ବରୁ ହରିୟାଣା ସରକାରର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି । ଆଉ ବିଜେପିର ଐତିହାସିକ ବିଜୟ ପରେ, ସେ ହିଁ ସିଏମ୍ ପଦ ବଜାୟ ରଖିବେ ବୋଲି ଅନୁମାନ କରାଯାଉଛି । ଆଜି ସୈନି ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

Advertisment

ଏହା ପରେ ଚର୍ଚ୍ଚା ହେଉଛି ଯେ, ସେ ଆସନ୍ତା ଶନିବାର ଦଶହରାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ପଞ୍ଚକୁଲାର ତାଉ ଦେବୀଲାଲ୍ ଷ୍ଟାଡିୟମ କିମ୍ବା ସେକ୍ଟର-୫ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ହୋଇପାରେ ଭବ୍ୟ ଶପଥ ଗ୍ରହଣ ସମାରୋହ। ହରିୟାଣା କ୍ୟାବିନେଟରେ ସିଏମ୍‌ଙ୍କ ସମେତ ସର୍ବାଧିକ ୧୪ ଜଣ ମନ୍ତ୍ରୀ ରହିବା ବ୍ୟବସ୍ଥା ଥିବା ବେଳେ, ପୁରୁଣା କ୍ୟାବିନେଟରୁ କେବଳ ସୈନି, ମହିପାଲ ଢଣ୍ଡା ଓ ମୂଲଚାନ୍ଦ ଶର୍ମା ନିର୍ବାଚନ ଜିତିଛନ୍ତି । ବାକି ମନ୍ତ୍ରୀପଦ ପାଇଁ ବିଜେପିକୁ ନୂଆ ଚେହେରା ଖୋଜିବାକୁ ପଡ଼ିବ ।

ସେପଟେ ହରିୟାଣାରେ ୯୦ରୁ ୪୮ ସିଟ୍ ପାଇ ଲଗାତାର ତୃତୀୟ ଥର ପାଇଁ ବିଜୟ ଧ୍ବଜା ଉଡ଼ାଇଥିବା ବିଜେପିର ବଳ ଆହୁରି ବଢ଼ିଛି । ଆଜି ୩ ସ୍ବାଧୀନ ବିଧାୟକ ପଦ୍ମ ଧରିବା ପରେ, ସଂଖ୍ୟା ୫୧କୁ ବଢ଼ିଛି । ସେମାନେ ହେଲେ ଗନୌରର ଦେବେନ୍ଦ୍ର କାଦ୍ୟାନ, ବାହାଦୁରଗଡ଼ର ରାଜେଶ ଜୁନ୍ ଏବଂ ହିସାରର ସାବିତ୍ରୀ ଜିନ୍ଦଲ। ସାବିତ୍ରୀ ହେଉଛନ୍ତି ଶିଳ୍ପପତି ନବୀନ ଜିନ୍ଦଲଙ୍କ ମାଆ ଏବଂ ଭାରତର ସବୁଠୁ ଧନୀ ମହିଳା ।

Advertisment

ଓଡ଼ିଶା ବିଜେପି ଶିବିରରେ ବି ଦେଖିବାକୁ ମିଳିଛି ହରିୟାଣା ଉତ୍ସାହ। ବାଣ, ବାଜା, ନାଚଗୀତ । ମିଠା.. ଖାସ୍ କରି ଜିଲାପି ଖୁଆଇ ଖୁସି ମନାଇଛନ୍ତି ବିଜେପି ନେତା ଓ କର୍ମୀ । ବିଜେପିର ହରିୟାଣା ସଫଳତା ଓ କଂଗ୍ରେସର ବିଫଳତା, ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ବି କିଭଳି ପ୍ରଭାବ ପକାଉଛି ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

ଏକଜିଟ୍ ପୋଲ୍ ଆକଳନ ପରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ, ଇଣ୍ଡି ମେଣ୍ଟ ଦିନକୁ ଦିନ ସୁଦୃଢ଼ ହେଉଛି । ହରିୟାଣା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର କରିବ। ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଛି। ତେବେ ହରିୟାଣାରେ କଂଗ୍ରେସ ମାଟି କାମୁଡ଼ିବା ପରେ, ଉଭୟ ରାଜ୍ୟ ବିଜେଡି ଓ କଂଗ୍ରେସକୁ ଜୋରଦାର ଝଟକା ଲାଗିଥିବା କୁହାଯାଉଛି ।

Advertisment

ହରିୟାଣା ହାର୍ ପରେ କଂଗ୍ରେସକୁ ଓଭର୍-କନଫିଡେଣ୍ଟ କହି ତାଚ୍ଛଲ୍ୟ କରିଛି ମହାରାଷ୍ଟ୍ରରେ ମହାଅଘାଡ଼ି ସହଯୋଗୀ ଶିବସେନା-ୟୁବିଟି । ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବି ଗତକାଲି କହିଥିଲେ, କଂଗ୍ରେସ ନିଜ ଓଭର କନଫିଡେନ୍ସ ପାଇଁ ହାରିଲା । ଆଉ ଆଜି ଆପ୍ ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି । ଗତକାଲି ପିଏମ୍ ମୋଦି କଂଗ୍ରେସକୁ ପରଜୀବୀ ବୋଲି କଟାକ୍ଷ କରିବା ସହିତ ଏହା ନିଜ ସହଯୋଗୀ ଦଳଙ୍କୁ ଗିଳିଦିଏ ବୋଲି କହିଥିଲେ ।

Narendra Modi Amit Shah Haryana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ