ବିଜେପିରେ ବଡ଼ ଧରଣର ଅଦଳବଦଳ, ଅପରାଜିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଓଡ଼ିଶାର ବିଜେପି ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ବିଜୟପାଲ ସିଂ ଆଗରୁ ନିର୍ବାଚନ ପ୍ରଭାରୀ ଥିଲେ ।

Odisha BJP

ଓଡ଼ିଶାର ବିଜେପି ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ବିଜୟପାଲ ସିଂ ଆଗରୁ ନିର୍ବାଚନ ପ୍ରଭାରୀ ଥିଲେ । ସେହିଭଳି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ମିଳିଛି । ଭାରତୀୟ ଜନତା ପାର୍ଟି ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରିଛି । ଆଗରୁ ଡି ପୂରନ୍ଦେଶ୍ୱରୀ ଓଡ଼ିଶା ବିଜେପିର ରାଜ୍ୟ ପ୍ରଭାରୀ ଥିଲେ ।

ତାଙ୍କ ସ୍ଥାନରେ ବିଜୟପାଲ ସିଂ ତୋମାରଙ୍କୁ ନିଯୁକ୍ତି ମିଳିଛି । ସେପଟେ ଓଡ଼ିଶାର ଦୁଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ମଧ୍ୟ ଦାୟିତ୍ୱ ମିଳିଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି ସମ୍ବିତ ପାତ୍ର । ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କେରଳର ସହପ୍ରଭାରୀ ଭାବେ ନିଯୁକ୍ତି ମିଳିଛି ।

ସେହିଭଳି ବରିଷ୍ଠ ନେତା ବିନୋଦ ତାୱଡ଼େ ବିହାର, ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡ ବିଜୟ ରୂପାନୀ ପଞ୍ଜାବ ଏବଂ ଦୁଷ୍ୟନ୍ତ କୁମାର ଗୌତମଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ୱ ମିଳିଛି ।