BJP Alleges Corruption OCAC
ଭୁବନେଶ୍ୱର: OCAC ବିରୋଧରେ ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି। ବିଭିନ୍ନ ଥାନାରେ ଲାଗିବା ପାଇଁ ସିସିଟିଭି ସେଟ୍ଅପ୍ କିଣିବାରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟକୁ ଭିତ୍ତି କରି ବିଜେପି କହିଛି ଯେ, ସିସିଟିଭି ସେଟ୍ଅପ୍ କିଣିବା ଲାଗି ୧୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ହେଲେ ଭେଣ୍ଡରକୁ ପେମେଣ୍ଟ କରିବାବେଳେ ୧୦୪ କୋଟି ଟଙ୍କା କିପରି ଦିଆଗଲା ବୋଲି ବିଜେପି ପ୍ରଶ୍ନ କରିଛି।
ରାଜ୍ୟର ୫୯୩ଟି ଥାନାରେ ସିସିଟିଭି ଲଗାଇବା ନେଇ ଗତ ଜୁଲାଇରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ କନସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ସିସିଟିଭି ଲଗାଇବା ପାଇଁ ଥାନା ପିଛା ୧୫ ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ ହୋଇଛି ବୋଲି ତଥ୍ୟରୁ ଜଣାପଡ଼ିଛି।
ବିଜେପିର ପ୍ରଶ୍ନ ଯେ, ଯେଉଁ କମ୍ପାନୀକୁ ଟେଣ୍ଡର ଦିଆଯାଇଛି, ତାହାର ସର୍ଭିସ ସେଣ୍ଟର ଓଡ଼ିଶାରେ ନାହିଁ। ତା’ ଛଡ଼ା ଏହି ସେଟ୍ଅପ୍ ଓଡ଼ିଶାରେ ମାତ୍ର ୬ ଲକ୍ଷ ଟଙ୍କାରେ ମିଳିପାରୁଛି। ତେଣୁ ରାଜ୍ୟ ସରକାର ଏହି ଟେଣ୍ଡରକୁ ବାତିଲ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି କହିଛି।
Also Read
ବିଜେପି ମୁଖପାତ୍ର ଠାକୁର ରଣଜିତ ଦାସ କହିଛନ୍ତି, ‘ରାଜ୍ୟ ସରକାର ପ୍ରଥମେ ଏହି ଟେଣ୍ଡରକୁ ଖାରଜ କରନ୍ତୁ। ଏହାସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବଜାର ଦରରେ ଟେକ୍ନିକାଲ୍ କମିଟି ଗଠନ କରାଯାଉ ଓ ପ୍ରାଇସ୍ ଫିକ୍ସ କରାଯାଉ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
