Astrospeak
  • Live TV
  • Read In English

ହାଇକୋର୍ଟରେ ସଂଯୁକ୍ତା ମହଲା, ବଢ଼ିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ

ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।

Sanjukta Mahala - Srikant Sahu
Sanjukta Mahala - Srikant Sahu

ବଢ଼ିଲା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ । ହାଇକୋର୍ଟ ଯାଇଛନ୍ତି ସଂଯୁକ୍ତା ମହଲା । ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ମାମଲାରେ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେମାନେ ହେଲେ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ସରକାର, ପୋଲିସ କମିଶନର, ଡିସିପି ଓ ମହିଳା ଥାନା IIC । ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏନେଇ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି ।