Advertisment

ବ୍ରଜରାଜନଗର ଉପ ନିର୍ବାଚନରେ ବାଜିମାରିଲା ବିଜେଡି

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ହୋଇଛି ବଡ଼ ବିଜୟ। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ।

undefined

BJD won in Brajarajnagar

Advertisment

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ବଡ଼ ବିଜୟ ପରେ ଚାଲିଛି ସେଲିବ୍ରେସନ୍। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ହୋଇଛି ବାଜିମାତ।

Advertisment

ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗରରେ ଗତ ୩୧ ତାରିଖରେ ଉପନିର୍ବାଚନ ହୋଇଥିଲା। କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ମଧ୍ୟରେ ଲଢେଇ ହୋଇଥିଲା, ଆଉ ଶେଷରେ ବାଜି ମାରିନେଇଛନ୍ତି ଅଳକା ମହାନ୍ତି। ତେବେ ବିଜେଡିକୁ ୯୩ ହଜାର ୯୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ୨୭ହଜାର ୮୩୧ ଭୋଟ ଓ ବିଜେପିକୁ ୨୨ ହଜାର ୬୩୦ ଖଣ୍ଡ ଭୋଟ ମିଳିଛି।

୨୦୧୯ରେ କିଶୋର ମହାନ୍ତି ୧୨ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିବା ବେଳେ ଏଥର ତାଙ୍କ ଧର୍ମପତ୍ନୀ ଅଳକା ମହାନ୍ତି ୬୬ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଏଥର ବିଜେଡିର ଷ୍ଟାର୍‌ କ୍ୟାମ୍ପେନର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ବି ଲଓହ୍ଲାଇ ନଥିଲେ।

Advertisment

ଏହା ସତ୍ୱେବି ବିଜେଡିର ମାଇକ୍ରୋ ମ୍ୟାନେଜ୍‌ମେଣ୍ଟ୍‌ ,ପଂଚାୟତ ସ୍ତରରେ ବିଜେଡି ନେତା ଗଡ଼ ଜଗିବା ଏବଂ ଅନୁକମ୍ପାମୂଳକ ଭୋଟ୍‌ ବିଜେଡି ପାଇଁ ଆଣିଦେଇଛି ବଡ଼ ବିଜୟ। ବିଜେଡିର ଏହି ବିଜୟକୁ ନେଇ ବିଜେପି ଇଭିଏମ୍ ଟାମ୍ପେରିଂର ଅଭିଯୋଗ ଆଣୁଥିବା ବେଳେ ବୁଥ୍‌ ରେଗିଂ କରି ସରକାରୀ ଦଳ ଏହି ବିଜୟ ହାସଲ କରଥିବା କଂଗ୍ରେସ କହିଛି।

ସେପଟେ ଏହି ଉପନିର୍ବାଚନରେ ବିଜେପିକୁ ଲାଗିଛି ବଡ଼ ଝଟ୍‌କା। ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ଏହି ଉପନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଛି। ୨୦୧୯ ପରେ ଯେତେ ସବୁ ଉପନିର୍ବାଚନ ହୋଇଛି ସବୁଥିରେ କଂଗ୍ରେସ ତୃତୀୟ ସ୍ଥାନରେ ରହିବା ସହ କିଛି ସ୍ଥାନରେ ଦଳ ଅମାନତ ବି ହରାଇଥିଲା। ହେଲେ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ବିଜେପିଠାରୁ ୫ହଜାର ୨ଶହ ଖଣ୍ଡ ଭୋଟ୍‌ ଅଧିକ ପାଇଛି।

Advertisment

ତେବେ ୨୦୧୯ରେ ବିଜେପିର ରାଧାରାଣୀ ପଣ୍ଡା ୬୮ ହଜାର ୧୫୩ ଭୋଟ୍‌ ପାଇଥିଲେ। ଏଥର କିନ୍ତୁ ବିଜେପିକୁ ଗତ ଥର ତୁଳନାରେ ମିଳିଛି ୪୫ ହଜାର ୫୨୩ କମ୍ ଭୋଟ। ସେପଟେ କଂଗ୍ରେସର ଟାଣୁଆନେତା କିଶୋର ପଟେଲ ପ୍ରାର୍ଥୀ ହେବା, ଉପନିର୍ବାଚନ ସମୟରେ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନୂଆ ଦାୟୀତ୍ୱ ମିଳିବା, ଛତିଶଗଡ଼ରେ କଂଗ୍ରେସ ସରକାର ଥିବାରୁ ସେଠାକାର ନେତାଙ୍କ ସହଯୋଗ ମିଳିବା ଓ ମିଳିତଭାବେ କଂଗ୍ରେସ ନେତା ଲଢିବା ଯୋଗୁଁ ଦ୍ୱିତୀୟ ସ୍ଥାନ ହାସଲ କଲୁ ବୋଲି ଦଳୀୟ ନେତା କହିଛନ୍ତି।

ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ହୋଇଥିଲା। ଏବେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିକୁ ପୁଣି ସଫଳତା ମିଳିଛି। ଏତେ ସବୁ ପରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ କିଭଳି ରଣନୀତି ପ୍ରସ୍ତୁତ କରି ବିଜେଡିକୁ ଟକ୍କର ଦେଉଛନ୍ତି ତାହା ଦେଖିବା କଥା।

(ରିପୋର୍ଟ: ଝାରସୁଗୁଡ଼ାରୁ ଭାଗୀରଥି ସାହୁ, ସମ୍ବଲପୁରରୁ ସଂଜୟ ଜେନା ଓ ଭୁବନେଶ୍ୱରୁ ସୌମ୍ୟରଞ୍ଜନ ସାହୁଙ୍କ ସହ ହରିହର ଚାନ୍ଦ)

BJD Won In Brajarajnagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ