Advertisment

“୮ ଥର ଆଲୋଚନା ପରେ ବିଜେଡ଼ିରେ ମିଶିବାକୁ ନିଷ୍ପତ୍ତି ନେଲି”

ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ

ଅଦ୍ୟତନ ହୋଇଛି
Pradeep Kumar Majhi

Pradeep Kumar Majhi

Advertisment

ନବରଙ୍ଗପୁର: ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ। ଲୋକମାନଙ୍କ ପାଇଁ ବିଜେଡ଼ି ନେତା ଗାଁରେ ଯେମିତି କାମ କରୁଛନ୍ତି ଏବଂ ଯୋଜନା କରିଛନ୍ତି କେବଳ ସେଇଥି ପାଇଁ ଲୋକମାନେ ବିଜୁ ଜନତା ଦଳକୁ ହିଁ ଭୋଟ୍‌ ଦେବେ ବୋଲି ପ୍ରଦୀପ କହିଛନ୍ତି। ଏହାସହ ସେ କହିଛନ୍ତି, ଦୀର୍ଘ ୨୦ ବର୍ଷରୁ ଅଧିକ ହେବ କଂଗ୍ରେସ ଶାସନ କ୍ଷମତାରେ ନାହିଁ କିନ୍ତୁ ଦଳରେ ୭୦ ରୁ ୮୦ ପ୍ରତିଶତ ଲୋକ ଲୋକଙ୍କ ପାଇଁ କାମ କରୁଛନ୍ତି।

Advertisment

ଯେଉଁମାନଙ୍କ ଚିନ୍ତାଧାରା ଆମ ସହ ମିଶିବ ସେମାନେ ବିଜେଡ଼ିରେ ଯୋଗ ଦେବେ। ବିଜେଡ଼ି । କେବଳ ଏତିକି ନୁହେଁ ବିକାଶ ପାଇଁ ଏବଂ ନିଜର ଯୋଜନା ପାଇଁ ସାରା ଦେଶରେ ନବୀନ ବାବୁ ରେକର୍ଡ କରିବେ । ଆମେ ଦଳରେ ସାମିଲ ହେବା ପରେ ଆମ ଅଂଚଳର ବିକାଶ ପାଇଁ ଅନୁରୋଧ କରିବୁ। ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବିକାଶ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ଏହାସହ କଂଗ୍ରେସ ଦଳରୁ ଆମେ ଇସ୍ତଫା ଦେଇସାରିଛୁ, ତେଣୁ ସେ ଦଳ ସମ୍ପର୍କରେ ନଚିନ୍ତା କରି କେମିତି ବିଜେଡିରେ ଯୋଗ ଦେବୁ ସେନେଇ କାମ କରୁଛି। କେବଳ ଏତିକି ନୁହେଁ ବରଂ ସେ କହିଛନ୍ତି, ରାଜନୀତିରେ ଦଳ ପରିବର୍ତ୍ତନ କିଛି ବଡ଼କଥା ନୁହେଁ। ଯେଉଁ ନେତାମାନେ ଚାହିଁବେ ସେମାନେ ଯେକୌଣସି ଦଳକୁ ଯାଇପାରେ। ଏଥିରେ କିଛି ନୂଆ କଥା ନାହିଁ। ସମସ୍ତେ ଦଳ ପରିବର୍ତ୍ତନ କରିଛନ୍ତି।

Advertisment

ଆମ ଅଂଚଳର ବିକାଶ ପାଇଁ ପରାମର୍ଶ ପରେ ବିଜେଡିରେ ସାମିଲ ହେଉଛି କିନ୍ତୁ କଂଗ୍ରେସରେ ଥିବା ବେଳେ ମତେ ଅନେକ କିଛି ଦଳ ଦେଇଛି ବୋଲି ପ୍ରେସମିଟ୍‌ରେ ପ୍ରଦୀପ କହିଛନ୍ତି। ମୁଁ ମୋ ରାଜନୈତିକ କ୍ୟାରିୟର କଂଗ୍ରେସ ଦଳରୁ ହିଁ ଆରମ୍ଭ କରିଥିଲି। ହେଲେ ମୋ ପରିବାର ବିଜେଡି ଏବଂ ଜନତା ଦଳରେ ଦୀର୍ଘଦିନ ଧରି କାମ କରୁଥିଲେ। ଆଉ ଏବେ ମୁଁ ବିଜେଡ଼ିରେ ସାମିଲ ହେବାକୁ ଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ବିଜେଡ଼ି ନେତାମାନେ ମୋ ସହ ପୂର୍ବରୁ ୭ ରୁ ୮ ଥର ଆଲୋଚନା କରିଛନ୍ତି। ଏହା ପରେ ଆମେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେବାକୁ ଯାଉଛୁ ବୋଲି ପ୍ରଦୀପ କହିଛନ୍ତି। ପଂଚାୟତ ଓ ପୌରପାଳିକା ନିର୍ବାଚନରେ ଦଳ ଭଲ କରିବ ବୋଲି ପ୍ରଦୀପ ପୂର୍ବାନୁମାନ କରିଛନ୍ତି।

BJD Congress Politics Pradeep Kumar Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ