Advertisment

ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି ଯୁବ ଭୋଟର ?

ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ ।

ଅଦ୍ୟତନ ହୋଇଛି
BJD

BJD

Advertisment

ଗ୍ରାମାଂଚଳର ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭରପୁର ଉଦ୍ୟମ । ଗାଁ ଗାଁରେ ବଣ୍ଟାହେବ କ୍ରୀଡ଼ା ଉପକରଣ । ଖେଳକୁ ପ୍ରୋତ୍ସାହନ ନାଁରେ ସରକାର ଚଳାଇଲେ ଗୋଟି ।୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଣିଥିଲେ ବହୁ ଚର୍ଚ୍ଚିତ ବିଜୁ ଯୁବ ବାହିନୀ ସ୍କିମ୍। ଆଉ ୨୪ ଭୋଟ୍ ପୂର୍ବରୁ ଆଣିଛନ୍ତି 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା। ଏହି ନୂଆସ୍କିମରେ ବି ଫୋକସରେ ରହିଛନ୍ତି ଯୁବପିଢ଼ି।

Advertisment

ଗ୍ରାମାଂଚଳର ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଦାନ କରାଯିବ ଖେଳ ଉପକରଣ। ଏଥିପାଇଁ ପ୍ରତି ପଂଚାୟତକୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ପଂଚାୟତରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଏହି ଅର୍ଥ ଖର୍ଚ୍ଚ କରିବାକୁ ଚିଠି ଲେଖାଯାଇଛି। ଏହି ଅର୍ଥରେ ହକି, ଫୁଟବଲ୍, ଖୋଖୋ, କ୍ରିକେଟ୍, ଭଳିବଲ୍, ବାସ୍କେଟ୍ ବଲ, ବ୍ୟାଡମିଣ୍ଟନ୍, ଚେସ୍ , କ୍ୟାରମ୍ , ସ୍କିପିଂ ରୋପ୍ ଓ ଜିମ୍ କିଟ୍ ବଣ୍ଟାଯିବ। ଯେଉଁ ଅଂଚଳରେ ଯେଉଁ ଖେଳ ଲୋକପ୍ରିୟସେଠାରେ ସେହି ଖେଳ ଉପକରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ତେଜିଛି ରାଜନୀତି। ବିଜେଡି ସହ ଯୁବ ଭୋଟର ନଥିବାରୁ ରାଜ୍ୟ ସରକାର ଏଭଳି ସ୍କିମ୍ କରୁଥିବା କହି ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ପ୍ରଶ୍ନ କରିଛନ୍ତି, ୧୯ ଭୋଟ୍ ପୂର୍ବରୁ ଆଣିଥିବା ବିଜୁ ଯୁବ ବାହିନୀ ସ୍କିମ୍ କୁଆଡେ ଗଲା?

ତେବେ କାହିଁକି ଏ ସ୍କିମ୍? ଖେଳ ଉପକରଣ ବାଣ୍ଟି ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପଛରେ କଣ ରହିଛି ସରକାରଙ୍କ ଉଦ୍ଦେଶ୍ୟ? ପ୍ରକୃତରେ କ୍ରୀଡ଼ାକୁ ପ୍ରୋତ୍ସାହନ ଲକ୍ଷ୍ୟ,ନା ଯୁବବର୍ଗର ଭୋଟ୍ ନେବାକୁ ବିଜେଡିର ଚାଲ୍? ଚର୍ଚ୍ଚା ହେଉଛି, ବିଭିନ୍ନ ପ୍ରକାର ଜବ୍ ସ୍କାମକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡ଼ିଥିବା ବେଳେ ଚାକିରି ନପାଇ ହତାଶ ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Advertisment

ସେଥିପାଇଁ ଏଭଳି ଏକ ଫନ୍ଦି କରାଯାଇଥିବା କୁହାଯାଉଛି। ଅନ୍ୟପଟେ ମୋଦିଙ୍କ ଆଡକୁ ଯୁବକମାନେ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରିବାକୁ ଏଭଳି ବ୍ୟବସ୍ଥା ବୋଲି ଚର୍ଚ୍ଚା ହେଉଛି। ଖେଳ ଉପକରଣ ଦିଆଯିବାକୁ ଯୁବକମାନେ ସ୍ୱାଗତ କରିଥିଲେ ବି ନିଯୁକ୍ତି ଦିଅନ୍ତୁ ବୋଲି ଦାବି କରିଛନ୍ତି।

ସେପଟେ ପ୍ରତି ପଂଚାୟତରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର ନିର୍ମାଣ ହେବ।ଯେଉଁଠି ଲୋକମାନେ ଟାଇମପାସ୍ କରିବା ସହିତ ଏହି କେନ୍ଦ୍ରକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯିବ। ଆମ ଓଡିଶା ନବୀନ ଓଡିଶା ସ୍କିମ୍ ଭୋଟ୍ ଗୋଟାଇବା ପାଇଁ ଗେମଚେଞ୍ଜର ହେବ ବୋଲି କୁହାଯାଉଥିବା ବେଳେ ପ୍ରକୃତରେ ଏହା କେତେ ଫଳପ୍ରଦ ହେବ ତାହା ଭୋଟ୍ ପରେ ହିଁ ସ୍ପଷ୍ଟ ହେବ।...

Advertisment
BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ