Advertisment

ବଡ଼ଚଣା ବିଜେଡିରେ ବଡ଼ ଗଡ଼ବଡ଼, ପଦଯାତ୍ରା ବେଳେ ପଦାରେ ପଡ଼ିଛି ଦଳୀୟ କନ୍ଦଳ

ବିଜେଡି ନେତା ଅମର ଶତପଥୀ, ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ପୃଥକ ପୃଥକ ଭାବେ ତିନୋଟି ଗୋଷ୍ଠୀରେ ବିଭକ୍ତ ହୋଇ ବଇରୀ ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ।

ଅଦ୍ୟତନ ହୋଇଛି
BJD

BJD

Advertisment

ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡିରେ ବଡ଼ ଗଡ଼ବଡ଼ । ଆଜି ପଦଯାତ୍ରା ବେଳେ ଦଳୀୟ କନ୍ଦଳ ପଦାରେ ପଡ଼ିଛି । ବିଜେଡି ନେତା ଅମର ଶତପଥୀ, ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜ ନାରାୟଣ ମହାପାତ୍ର ପୃଥକ ପୃଥକ ଭାବେ ତିନୋଟି ଗୋଷ୍ଠୀରେ ବିଭକ୍ତ ହୋଇ ବଇରୀ ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ।

Advertisment

ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ବଇରୀ ଠାରେ ନିଜର ସମର୍ଥକଙ୍କ ଗହଣରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ବ୍ଲକ୍ ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତିଙ୍କ ଗହଣରେ ବଇରୀ ଠାରେ ପହଞ୍ଚି ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଚାର କରିବା ସହ ସଦସ୍ୟତା କିପରି ଅଧିକରୁ ଅଧିକ ହେବ ସେନେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ।

ସେହିପରି କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଆଜି ପଦଯାତ୍ରା ଅବସରରେ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି ।

Advertisment

BJD BJD Padyatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ